Advertisment

କରୋନା ନେଇଗଲା ବଡ଼ପୁଅର ଜୀବନ, ଖବର ଶୁଣି ବାପା ବି ଚାଲିଗଲେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚାରିଆଡ଼େ ହାହାକାର। କାହାର ମଥାର ସିନ୍ଦୁର ଛଡାଇ ନେଉଛି ତ ଆଉ କାହାର କୋଳଶୂନ୍ୟ କରୁଛି କରୋନା ଭୂତାଣୁ। ପ୍ରତିଦିନ ମୃତ୍ୟୁର ତାଣ୍ଡବ ଖେଳୁଛି କୋଭିଡ୍ ଦାନବ। ଏସବୁ ଭିତରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। କରୋନାରେ ବଡ ପୁଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଆରପାରିକୁ ଚାଲିଗଲେ ବାପା। ଗତ ଗୁରୁବାର ଜ୍ୱର ହେବାରୁ ବିଲେଇସର୍ଡା ଗାଁର […]

author-image
Ranjit Kumar Jena
ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

covid-death

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚାରିଆଡ଼େ ହାହାକାର। କାହାର ମଥାର ସିନ୍ଦୁର ଛଡାଇ ନେଉଛି ତ ଆଉ କାହାର କୋଳଶୂନ୍ୟ କରୁଛି କରୋନା ଭୂତାଣୁ। ପ୍ରତିଦିନ ମୃତ୍ୟୁର ତାଣ୍ଡବ ଖେଳୁଛି କୋଭିଡ୍ ଦାନବ। ଏସବୁ ଭିତରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। କରୋନାରେ ବଡ ପୁଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଆରପାରିକୁ ଚାଲିଗଲେ ବାପା।

Advertisment

ଗତ ଗୁରୁବାର ଜ୍ୱର ହେବାରୁ ବିଲେଇସର୍ଡା ଗାଁର ଜଟ ପାତ୍ରଙ୍କ ବଡ଼ ପୁଅଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। କୋଭିଡ୍ ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ତାପରେ ତାଙ୍କୁ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ହଠାତ୍ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଛି।

ହସ୍ପିଟାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଶବ ସତ୍କାର କରିବା ସହିତ ପରିବାର ଲୋକଙ୍କୁ ପ୍ରଶାନ୍ତଙ୍କ ମୃତ୍ୟୁ ସର୍ମ୍ପକରେ ଜଣାଇଥିଲେ। ବଡ଼ ପୁଅର ଆକସ୍ମିକ ମୃତ୍ୟୁ ଖବର ଶୁଣିବା ପରେ ଧୈର୍ଯ୍ୟହରା ହୋଇ ଦୁଃଖରେ ମ୍ରିୟମାଣ ହୋଇ ଜୀବନ ହାରିଛନ୍ତି ବାପା ଜଟ। ସେପଟେ ଜଟଙ୍କ ତିନି ପୁଅ ଭିତରୁ ମଝିଆ ପୁଅ ପ୍ରଭଞ୍ଜନ ପାତ୍ର ପେଟପାଟଣା ପାଇଁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି। ଘରେ ଦିବ୍ୟାଙ୍ଗ ସାନ ପୁଅ ବାପାଙ୍କ ଶବସତ୍କାର କରିବା ସହିତ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛି।

Advertisment

ଅନ୍ୟପଟେ ତାମିଲନାଡୁ ରାଜ୍ୟ ପୁଦୁରପାନିଡିପୁରମର ନୀଳ ସି ଫୁଡ୍ ଏକ୍ସପୋର୍ଟ ଇମ୍ପୋର୍ଟ ପ୍ରାଇଭେଟ ଲିମିଟେଡରେ ଦାଦନ ଶ୍ରମିକ ଭାବରେ କାମ କରୁଥିବା ମଝିଆ ପୁଅ ଘରକୁ ଆସିପାରୁନାହିଁ। ବାପା ଓ ବଡ଼ ଭାଇଙ୍କ ମୃତ୍ୟୁ ଖବର ଜାଣିବା ପରେ ମଧ୍ୟ କମ୍ପାନୀ ମାଳିକ ଛାଡ଼ୁ ନାହିଁ। ହାତ ଯୋଡି ଭିଡିଓ ମାଧ୍ୟମରେ ତାମିଲନାଡୁର ଉଦ୍ଧାର କରିବା ପାଇଁ ଅନୂରୋଧ କରିଛନ୍ତି ମୃତ ଜଟଙ୍କ ମଝିଆ ପୁଅ ପ୍ରଭଂଜନ ପାତ୍ର ।