Advertisment

ଦାଦା-ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବେଳପଡା ଥାନା ନୂନହାଡ଼ ଗାଁରେ ଘର ଡିହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦାଦା ଓ ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏକ ଧରୁଆ ଅସ୍ତ୍ରରେ ଉଭୟ ଦାଦା ଓ ପୁତୁର ପରସ୍ପରର ପରିବାର ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ଆହତଙ୍କୁ ବେଳପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଳପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ବେଳପଡା ଥାନା ନୂନହାଡ଼ […]

ଦାଦା-ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ

kantabanji

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବେଳପଡା ଥାନା ନୂନହାଡ଼ ଗାଁରେ ଘର ଡିହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦାଦା ଓ ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏକ ଧରୁଆ ଅସ୍ତ୍ରରେ ଉଭୟ ଦାଦା ଓ ପୁତୁର ପରସ୍ପରର ପରିବାର ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ଆହତଙ୍କୁ ବେଳପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଳପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ ଯେ ବେଳପଡା ଥାନା ନୂନହାଡ଼ ଗାଁରେ ଗୋବିନ୍ଦ ପୁଟେଲ ଓ ତାଙ୍କ ଦାଦା କାହ୍ନୁ ପୁଟେଲଙ୍କ ମଧ୍ୟରେ ଘର ଡିହକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଆଜି ହଠାତ୍ ଏହା ଉଗ୍ରରୂପ ନେଇଥିଲା। କାକା କାହ୍ନୁ ଓ ତାଙ୍କ ପୁଅ ଜିତୁ ପୁଟେଲ, ଗୋବିନ୍ଦକୁ ଆକ୍ରମଣ କରିଥିଲେ। ଏପରିକି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା।

ଗୋବିନ୍ଦ ପୁଟେଲ ଓ ତାଙ୍କ ଭାଇ ଗଭୀର ଆଘାତ ହୋଇଥିବା ବେଳେ କାକା କାହ୍ନୁ ପୁଟେଲଙ୍କ ସ୍ତ୍ରୀ ଗୌରୀ ପୁଟେଲଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ମୁଣ୍ଡ ଫାଟିଯାଇଥିଲା। ସେହିପରି ଗୋବିନ୍ଦ ଓ ତାଙ୍କ ଭାଇକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ଗୋବିନ୍ଦ ଓ ତାଙ୍କ ଭାଇ ଗଭୀର ଆହତ ହୋଇଛନ୍ତି।

Advertisment

ଗୁରୁତର ଅବସ୍ଥାରେ ସମସ୍ତେ ବେଳପଡା ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସେପଟେ ଉଭୟ ପରିବାରର ଅନ୍ୟ ସଦସ୍ୟକୁ ବେଳପଡା ଥାନାରେ ରଖି ତଦନ୍ତ ଜାରି ରଖିଛି ପୁଲିସ। ତେବେ ପରିପାର୍ଶ୍ୱିକ ସ୍ଥିତିରୁ ଘର ଡିହକୁ ନେଇ ଆଜିର ଏହି ଘଟଣା ଉଗ୍ର ରୂପ ନେଇଥିବା ଜଣାପଡିଛି। ଏ ସମ୍ପର୍କରେ ବେଳପଡା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe