୫ ମାସର ଶିଶୁକନ୍ୟା କହୁଛି-ମୁଁ ଭଲ ହେଲି କରୋନାକୁ ଡରନା...

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଃଖ ଦେଉଛି ମହାମାରୀ କରୋନା । ଛୁଆଠୁ ବୃଦ୍ଧ ସମସ୍ତଙ୍କୁ ଶିକାର କରୁଛି । ଅକାଳରେ ଝଡିଯାଉଛି ଅନେକ ଜୀବନ । ଏମିତି ସମୟରେ ବଲାଙ୍ଗିରରୁ ଆସିଛି ଖୁସିର ଖବର। କରୋନାକୁ ହରାଇଛି ପାଂଚ ମାସର ଶିଶୁକନ୍ୟା । ବଲାଙ୍ଗିର ସହର ଜଗନ୍ନାଥ ପଡାରେ ରହୁଥିବା ଶିକ୍ଷକ ସୁରେଶ ବାରିକ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଦୁଇଜଣ ସୁସ୍ଥ ହେବା ବେଳକୁ ଗତ ମେ ୧୯ ତାରିଖରେ ସୁରେଶଙ୍କର […]

baby

baby

Tapas Behera
  • Published: Saturday, 05 June 2021
  • Updated: 05 June 2021, 04:36 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଃଖ ଦେଉଛି ମହାମାରୀ କରୋନା । ଛୁଆଠୁ ବୃଦ୍ଧ ସମସ୍ତଙ୍କୁ ଶିକାର କରୁଛି । ଅକାଳରେ ଝଡିଯାଉଛି ଅନେକ ଜୀବନ । ଏମିତି ସମୟରେ ବଲାଙ୍ଗିରରୁ ଆସିଛି ଖୁସିର ଖବର। କରୋନାକୁ ହରାଇଛି ପାଂଚ ମାସର ଶିଶୁକନ୍ୟା । ବଲାଙ୍ଗିର ସହର ଜଗନ୍ନାଥ ପଡାରେ ରହୁଥିବା ଶିକ୍ଷକ ସୁରେଶ ବାରିକ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଦୁଇଜଣ ସୁସ୍ଥ ହେବା ବେଳକୁ ଗତ ମେ ୧୯ ତାରିଖରେ ସୁରେଶଙ୍କର ପାଂଚ ମାସର ଝିଅ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

କୁନି ଝିଅକୁ ଜ୍ୱର ହେଲା ଯେ, ଆଉ ଛାଡିବାର ନାଁ ନେଉନଥିଲା । ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶରେ ବାପା ସୁରେଶ ଝିଅର ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ କରୋନା ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବା କହି ଫେରାଇ ଦେଇଥିଲେ ଡାକ୍ତର । ଏନେଇ ଜିଲ୍ଲାପାଳଙ୍କ ମତାମତ ନେଇ  ଖବର ପ୍ରସାରଣ କରିଥିଲା ଓଟିଭି । ତା’ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁକନ୍ୟାକୁ ବଲାଙ୍ଗିର ବି.ବି.ଏମ.ସି.ଏଚ ହସପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁକନ୍ୟାକୁ ଘରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା ।

ମେଡିକାଲ ଟିମର ଉଦ୍ୟମ ଏଵଂ ଛୋଟ ଝିଅର ବାପା ମାଁଙ୍କ ସେବା ଯୋଗୁଁ କରୋନାକୁ ହରାଇଲା କୁନି ଝିଅ । ଆଜି ସ୍ୱାସ୍ଥ୍ୟ ବିଭାଗର ଟିମ ଛୋଟ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାକୁ ସୁସ୍ଥ ଘୋଷଣା କରିଥିଲେ । ପାଂଚ ମାସର ଶିଶୁ କନ୍ୟା କରୋନାକୁ ହରାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । କୁନି କୁନି ମୁହଁରେ ସେ ଯେମିତି କହୁଛି...କରୋନାକୁ ଡରନା...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos