Advertisment

ସରପଞ୍ଚଙ୍କୁ ଗଛ କାଟିବା ମହଙ୍ଗା ପଡ଼ିଲା

ଗଛ କାଟିବା ଅଭିଯୋଗରେ ସରପଞ୍ଚଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ବନ ବିଭାଗ।

ଅଦ୍ୟତନ ହୋଇଛି
Sarphanch

Sarphanch

Advertisment

ଗଛକାଟି ନାମ ନେଲେ ସରପଞ୍ଚ। ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ମାଢେକେଲା ପଞ୍ଚାୟତର ସରପଞ୍ଚ ରଘୁମଣି ମହାନନ୍ଦଙ୍କୁ ଗଛକଟା ଅଭିଯୋଗରେ ଅଟକ ରଖିଛି ଗୁଡଭେଲା ବନବିଭାଗ।

Advertisment

ମିଳିଥିବା ସୂଚନା ଅନୁସାରେ ଦୀର୍ଘ ବର୍ଷ ହେଲା ମାଢେକେଲା ପଞ୍ଚାୟତ ପରିସରରେ ଅନେକ ବଡ଼ ବଡ଼ ଗଛ ରହିଥିଲା। ତା’ ଭିତରୁ ୧୭ଟି ଚାକୁଣ୍ଡା, କରଞ୍ଜ ଓ ନିମ୍ବ ଗଛକୁ ସରପଞ୍ଚ କାଟି ଦେଇଥିବା ନେଇ ଅଭିଯୋଗ କରିଥିଲେ ଗାଁ ଲୋକେ। ଅଭିଯୋଗକୁ ଭିତ୍ତିକରି ଗୁଡଭେଲା ଜଙ୍ଗଲ ବିଭାଗ କଟା ଗଛର ଗଣ୍ଡି ଗୁଡିକୁ ଜବତ କରିଥିଲା। ଆଉ ଗଛ କଟା ଅଭିଯୋଗରେ ସରପଞ୍ଚଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ବନ ବିଭାଗ।

ଦେଓଗାଁ ଫରେଷ୍ଟ ରେଞ୍ଜ ଅଫିସରେ ସରପଞ୍ଚଙ୍କୁ ଜେରା କରୁଛି ବନ ବିଭାଗ। ଯଦି କୌଣସି ଉନ୍ନୟନ ମୂଳକ କାମ ପାଇଁ ସରପଞ୍ଚ ଗଛ କାଟିଥିବେ ତା’ହେଲେ, ସେଥିପାଇଁ ଜଙ୍ଗଲ ବିଭାଗର ଅନୁମତି ନେବା କଥା। ବିନା ଅନୁମତିରେ ସରପଞ୍ଚ କ’ଣ ପାଇଁ ଗଛ କାଟିଲେ, ସେନେଇ ବନ ବିଭାଗ ଖୋଳତାଡ଼ ଜାରି ରଖିଛି।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Forest Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe