Advertisment

ମର୍ଡ଼ର କରି ଡ୍ରାମା କରୁଥିଲେ ଡ୍ରାଇଭର ! ନିଜ ଜାଲରେ ଫସିଗଲେ

କଣ୍ଟାବାଞ୍ଜି(ସୁର ଦାଶ ବାଗ୍‌)ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହୁଲପାଟିର ପୁର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲିପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣା ଘଟିବାର ୬ଦିନ ପରେ ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଯାହା ପାଖରେ କାମ କରି ନିଜ ଘର ଚଳାଉଥିଲା ସେହି ମାଲିକକୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ । ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ମହୁଲପାଟି ଗାଁରୁ ତୁରେକେଲା ରେଳଷ୍ଟେଶନ […]

ମର୍ଡ଼ର କରି ଡ୍ରାମା କରୁଥିଲେ ଡ୍ରାଇଭର ! ନିଜ ଜାଲରେ ଫସିଗଲେ

760

Advertisment

କଣ୍ଟାବାଞ୍ଜି(ସୁର ଦାଶ ବାଗ୍‌)ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହୁଲପାଟିର ପୁର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲିପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣା ଘଟିବାର ୬ଦିନ ପରେ ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଯାହା ପାଖରେ କାମ କରି ନିଜ ଘର ଚଳାଉଥିଲା ସେହି ମାଲିକକୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ ।

Advertisment

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ମହୁଲପାଟି ଗାଁରୁ ତୁରେକେଲା ରେଳଷ୍ଟେଶନ ଯିବା ରାସ୍ତାରେ ଏକ ଶବ ପଡିଥିବା ଦେଖାଯାଇଥିଲା । ଖବର ପ୍ରଚାର ହେବା ପରେ ଜଣା ଗଲାଯେ, ଶବଟି ମହୁଲପାଟି ପୁର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲୀପ ସାହୁଙ୍କର। ଖବର ପାଇ ତୁରେକେଲାର ଥାନା ଅଧିକାରୀ ସତ୍ୟଜିୟ କାଣ୍ଡେଲକର ଏବଂ କଂଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ସଦଳବଳେ  ପଂହଚିଥିଲେ । ଦିଲୀପଙ୍କ ଶବ ଉଠାଇବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। କାରଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଶବ ଉଠାଯିବ ନାହିଁ ବୋଲି ଦିଲୀପଙ୍କ ପରିବାର ଏବଂ ସମର୍ଥକମାନେ ଜିଦ ରେ ଅଟଳ ଥିଲେ । ଘଟଣାଟି ମାଓ ପ୍ରବଣ ଅଂଚଳର ହୋଇଥିବାରୁ ସଂଦେହ ଅନ୍ୟ ଦିଗ ଆଡକୁ ଯାଉଥାଏ । କିନ୍ତୁ ପରିବାର ଲୋକେ କେହି ନିଜ ଲୋକ ହିଁ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଥିବା ବେଳେ କାଳେ କୌଣସି ଅଘଟଣ ନଘଟୁ ସେନେଇ ପୁଲିସ ସବୁ  ସମୟରେ ତୟାର ଥିଲା ।

ପୁଲିସ ସଙ୍ଗେ ସଙ୍ଗେ ଅଭିଯୋଗକୁ ଅଧାର କରି ବର୍ତ୍ତମାନର ମୋହନପାଟି ସରପଞ୍ଚଙ୍କ ସ୍ୱାମୀ ସହ ୫ ଜଣକୁ  ଅଟକ ରଖି ପଚରା ଉଚୁରା ଜାରି ରଖିଥିଲା। ଏହି ସବୁ ଘଟଣାକୁ ନିଜ ଆଖିରେ ଦେଖିଛି ବୋଲି ପୁଲିସକୁ କହୁଥିବା ଦିଲୀପ ସାହୁଙ୍କ ଟ୍ରାକ୍ଟର ଡ୍ରାଇଭରକୁ ମଧ୍ୟ ପୁଲିସ ସଂଦେହ ଘେରରେ ଅଟକ ରଖିଥିଲା। ତେବେ ମୋହନପାଟିର ପୂର୍ବତନ ସରପଞ୍ଚ ଏବଂ ଏବଂ ବର୍ତ୍ତମାନ ସରପଂଚ ଦୁଇ ପରିବାର ସମ୍ପର୍କୀୟ ହୋଇଥିବା ବେଳେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା ଏସବୁ ଦିଗରେ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହେଲେ ନିଜକୁ ପ୍ରତ୍ୟକ୍ଷଦର୍ଶୀ ବୋଲି କହୁଥିବା ଟ୍ରାକ୍ଟର ଡ୍ରାଇଭର ଡିଙ୍ଗର ମାଝୀ(୩୦)ପୁଲିସକୁ ଦେଉଥିବା ବୟାନ ଅନେକ ସମୟରେ ବଦଳାଉଥିଲା। ଅନେକ ଥର ପଚରା ଉଚୁରା ପରେ ସେ ହିଁ ହତ୍ୟା କରିଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା । ଘଟଣା କାହିଁକି ଘଟିଲା ସେ ବିଷୟରେ କହିବା ପରେ ସମସ୍ତେ ଅବାକ ହୋଇଯାଇଥିଲେ ।

Advertisment

କଂଟାବାଞ୍ଜି ପୁଲିସ ଓ ଏସଡିପିଓ ଏକ ସମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ଘଟଣା ଦିନ ଦିଲୀପ ସାହୁ ତାଙ୍କ ଟ୍ରାକ୍ଟର ଡ୍ରାଇଭରକୁ ତା’ର ଘରେ ଛାଡିବାକୁ ଯାଇଥିଲେ । ତେବେ ଦିଲିପ ସମ୍ପୃକ୍ତ ଟ୍ରାକ୍ଟର ଡ୍ରାଇଭରଙ୍କ ସ୍ତ୍ରୀ କୁ ଅସଦାଚରଣ କରିଥିଲେ । ଡ୍ରାଇଭର ଜଣକ ଏସବୁ ଦୃଶ୍ୟ ଦେଖି ନିଜକୁ ଆଉ ସମ୍ଭାଳି ପାରି ନଥିଲେ। ଏହାକୁ ନେଇ ଦିଲୀପ ସହ ଯୁକ୍ତି ତର୍କ ହୋଇଥିଲା। ପରେ ସେଠାରୁ ଦିଲୀପ  ନିଜ ମୋଟର ସାଇକେଲରେ ବାହାରିବା ସମୟରେ  ଡ୍ରାଇଭର ଜଣକ ପିଛା କରି  ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ । ପରେ ଦିଲିପଙ୍କୁ କେହି ଜଣେ ହତ୍ୟା କରିଥିବା କହି ଦିଲୀପଙ୍କ ଘର କୁ ଖବର ଦେଇଥିଲେ ।

ଡ୍ରାଇଭର ଜଣକ ନିଜ ଗାମୁଛା ରକ୍ତାକ୍ତ ହୋଇଥିବାରୁ ତାକୁ ମୃତ ଶରୀର ଉପରେ ଢାଙ୍କି ଦେଇ ମୋର ମାଲିକର ହତ୍ୟା ହୋଇଗଲା ବୋଲି ପ୍ରଚାର କରିଥିଲେ । ଏସବୁ ଘଟଣା ପୁଲିସ ସମ୍ମୁଖରେ ସ୍ୱୀକାର କରିବା ପରେ ଡ୍ରାଇଭର ଡିଙ୍ଗର ମାଝୀଙ୍କ ବିରୋଧରେ ଆଇପିସି ୩୦୨/୨୦୧/୧୨୦(ବି)ରେ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତକୁ କଂଟାବାଞ୍ଜି କୋର୍ଟକୁ ଚାଲାଣ କରିଥିଲା ପୁଲିସ । ସେଠାରେ ତାଙ୍କ ଜାମିନ ନାମଂଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe