Advertisment

କନ୍ୟାପକ୍ଷ ନାଚିବାରୁ ବରଯାତ୍ରୀ କଲେ ଛୁରାମାଡ଼, ବାହାଘର ବାତିଲ

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁ’ରେ ବରାଯାତ୍ରୀଙ୍କ ଉନ୍ମତ କାଣ୍ଡ।

police inquiry

police inquiry

Advertisment

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁ’ରେ ବରାଯାତ୍ରୀଙ୍କ ଉନ୍ମତ କାଣ୍ଡ। ବରଯାତ୍ରୀଙ୍କ ଛୁରା ମାଡ଼ରେ କନ୍ୟା ପକ୍ଷରୁ ଦୁଇ ଗୁରୁତର ହୋଇ ରାୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ତୁରେକେଲା ଥାନାରେ ୪ ଜଣଙ୍କୁ ପୁଲିସ ଅଟକ ରଖିଛି। ବରଯାତ୍ରୀ ଦଳର ଏଭଳି କାଣ୍ଡ ଦେଖି କନ୍ୟାର ପରିବାର ଲୋକେ ବିବାହକୁ ବାତିଲ କରି ଦେଇଛନ୍ତି।

Advertisment

ସୂଚନା ମୁତାବକ, ଛତିଶଗଡ଼ ଜିଲ୍ଲା କୁକୁରବେଡ଼ା ଆମ୍ମାନାକା ଗାଁ’ର ଜଣେ ବ୍ୟକ୍ତିଙ୍କ ସହ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁ’ର ବେଲଖନ ତାଣ୍ଡିଙ୍କ ଝିଅଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଦଳ ରୋଷଣୀ କରି କନ୍ୟା ଘର ପାଖକୁ ଆସୁଥିବା ବେଳେ କନ୍ୟା ଘର ପକ୍ଷରୁ ଜଣେ ଯୁବକ ବରଯାତ୍ରୀ ଦଳ ସହ ନାଚି ପକାଇଥିଲେ।

ଯାହାକୁ ନେଇ ବରଯାତ୍ରୀମାନେ ବିରୋଧ କରିଥିଲେ। ଘଟଣାକୁ ନେଇ କନ୍ୟାର ଦାଦା ଚିନ୍ତା ତାଣ୍ଡିଙ୍କ ପୁଅ ଶଙ୍କର ତାଣ୍ଡିଙ୍କୁ ବାରଯାତ୍ରୀ ମାରପିଟ୍ କରିଥିଲେ। କନ୍ୟାର ବାପା ଚିନ୍ତା ତାଣ୍ଡି ଏହା ଦେଖି ସମସ୍ତଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବରଯାତ୍ରୀ ଦଳ ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଶଙ୍କର ଓ ଚିନ୍ତାଙ୍କୁ ଛୁରା ମାଡ଼ କରିଥିଲେ।

Advertisment

ଗୁରୁତର ଅବସ୍ଥାରେ ଏହି ଦୁଇ ଜଣଙ୍କୁ ତୁରେକେଲା ହସ୍ପିଟାଲ ପରେ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

- ରିପୋର୍ଟ କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Crime Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe