Advertisment

କୁକୁଡ଼ା କଳିରୁ ଏସିଡ୍‌ ମାଡ଼, ୪ ଗୁରୁତର

ସାହୁ ପଡ଼ାର ତୁଳସୀ ସାହୁ ଓ ସଞ୍ଜୁ ସାହୁ ସମ୍ପର୍କରେ ଦୁଇ ଭାଇ-ଭଉଣୀ। ପାଖାପାଖି ଘର କରି ରହୁଛନ୍ତି। ଗୁରୁବାର ରାତିରେ ତୁଳସୀ ସାହୁଙ୍କ କୁକୁଡ଼ା ଘରକୁ ଫେରିନଥିଲା। ସେଥିପାଇଁ ପଡ଼ୋଶୀ ସଞ୍ଜୁ ସାହୁଙ୍କୁ ଗାଳି ଦେଇଥିଲେ।

author-image
Manoranjan Sial
Acid Attack

Acid Attack

କୁକୁଡ଼ାକୁ ନେଇ ହୋଇଥିଲା କଳି। ଆଉ ତା’ପରେ ହୋଇଥିଲା ଏସିଡ୍‌ ମାଡ଼। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଘଟିଛି।

Advertisment

ସାହୁ ପଡ଼ାର ତୁଳସୀ ସାହୁ ଓ ସଞ୍ଜୁ ସାହୁ ସମ୍ପର୍କରେ ଦୁଇ ଭାଇ-ଭଉଣୀ। ପାଖାପାଖି ଘର କରି ରହୁଛନ୍ତି। ଗୁରୁବାର ରାତିରେ ତୁଳସୀ ସାହୁଙ୍କ କୁକୁଡ଼ା ଘରକୁ ଫେରିନଥିଲା। ସେଥିପାଇଁ ପଡ଼ୋଶୀ ସଞ୍ଜୁ ସାହୁଙ୍କୁ ଗାଳି ଦେଇଥିଲେ। ଆଜି ଅପରାହ୍ନରେ ସେହି ଘଟଣାକୁ ନେଇ ଦୁଇ ପରିବାର ଭିତରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣା କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତୁଳସୀ ସାହୁ ଓ ତାଙ୍କ ପୁଅ ନେପାଳ ସାହୁ ଏସିଡ୍‌ ମାଡ଼ କରିଥିଲେ। ଫଳରେ ସଞ୍ଜୁ ସାହୁ, ଖଗ ସାହୁ, ଜଗବନ୍ଧୁ ସାହୁ ଓ ସୁବାସ ସାହୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ସ୍ଥାନାନ୍ତରିତ କରାଯାଇଛି।

ପିଙ୍କି ସାହୁ ଅଭିଯୋଗ କ୍ରମେ ବଙ୍ଗୋମୁଣ୍ଡା ଥାନା ପୁଲିସ୍‌ ମାମଲା ରୁଜୁ କରି ତୁଳସୀ ସାହୁ ଓ ନେପାଳ ସାହୁକୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁl

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Acid Attack