ନିଶବ୍ଦ ରାତିରେ ଡାକିଲେ ତାନ୍ତ୍ରିକ! ନଯିବାରୁ ଉଠାଇ ନେଇ ପାଣିରେ ବୁଡ଼ାଇଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସଂସାରର ମୋହ ମାୟା ତ୍ୟାଗ କରି ଧର୍ମର ପ୍ରଚାର କରୁଥିବା ଲୋକଙ୍କୁ ବାବା କୁହାଯାଏ। ହିନ୍ଦୁ ଧର୍ମରେ ବାବାଙ୍କୁ ଭକ୍ତି କରିବା ସହିତ ସମ୍ମାନ ଦିଆଯାଇଥାଏ। କିନ୍ତୁ କିଛି ବାବାଙ୍କ କଳାକାରନାମା ଯୋଗୁଁ ବଦନାମ ହୁଅନ୍ତି ବାବା ମାନେ। କେତେବେଳେ ବାବାମାନେ ଚୋରି ଉଦ୍ୟମ କରି ତ କେତେବେକେ ଦୁଷ୍କର୍ମ ଉଦ୍ୟମ କରି ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ କିନ୍ତୁ ବଲାଙ୍ଗିର ସହରର ଜଣେ ଡେଞ୍ଜର ବାବାଙ୍କ କାରନାମା ସାମ୍ନାକୁ ଆସିଛି। ରାତି ଅଧରେ […]

tantrik

tantrik

Ranjit Kumar Jena
  • Published: Wednesday, 14 April 2021
  • Updated: 14 April 2021, 09:35 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସଂସାରର ମୋହ ମାୟା ତ୍ୟାଗ କରି ଧର୍ମର ପ୍ରଚାର କରୁଥିବା ଲୋକଙ୍କୁ ବାବା କୁହାଯାଏ। ହିନ୍ଦୁ ଧର୍ମରେ ବାବାଙ୍କୁ ଭକ୍ତି କରିବା ସହିତ ସମ୍ମାନ ଦିଆଯାଇଥାଏ। କିନ୍ତୁ କିଛି ବାବାଙ୍କ କଳାକାରନାମା ଯୋଗୁଁ ବଦନାମ ହୁଅନ୍ତି ବାବା ମାନେ। କେତେବେଳେ ବାବାମାନେ ଚୋରି ଉଦ୍ୟମ କରି ତ କେତେବେକେ ଦୁଷ୍କର୍ମ ଉଦ୍ୟମ କରି ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ କିନ୍ତୁ ବଲାଙ୍ଗିର ସହରର ଜଣେ ଡେଞ୍ଜର ବାବାଙ୍କ କାରନାମା ସାମ୍ନାକୁ ଆସିଛି।

ରାତି ଅଧରେ ପୂଜାପାଠ କରି ଦୁଇ ଜଣଙ୍କୁ ପାଣିରେ ବୁଡ଼ାଇ ଏହି ଡେଞ୍ଜର ବାବା ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଲିଯାଇଛି। ଗାଁ କି ଉପାନ୍ତ ଇଲାକା ନୁହେଁ। ଏଭଳ ଘଟଣା ଘଟିଛି ବଲାଙ୍ଗିର ସହରର ହାର୍ଟପଏଣ୍ଟ କୁହାଯାଉଥିବା କନ୍ଧପାଲି ପଡାରେ। ସେହି ଡେଞ୍ଜର ବାବା ଜଣକ ହେଉଛି ବିଜୟ।

ଫୁଳବାଣୀରୁ ଆସିଥିବା ବିଜୟ ବାବା ୭ ବର୍ଷ ଧରି ନିଜ ସ୍ତ୍ରୀ ସହିତ କନ୍ଧପାଲି ପଡାରେ ଭଡାଘରେ ରହୁ ଆସୁଛନ୍ତି। ନିଜକୁ ମହିମା ଧର୍ମର ପ୍ରଚାରକ କହି ବିଜୟ ଗେରୁଆ ବସ୍ତ୍ର ପିନ୍ଧି ପୂଜାପାଠ କରିବା ସହିତ ଲୋକଙ୍କୁ ଚେରମୂଳି ଆଦି ଦେଉଥିଲେ। ହେଲେ ସୋମବାର ଅମାବାସ୍ୟା ଦିନ ସେ ପଡୋଶୀ ଅଶୋକ ବିଶିକୁ ଡାକି କିଛି ପ୍ରାସାଦ ଆକାରରେ ଖାଇବାକୁ ଦେଇଥିଲା। ଆଉ କିଛି ପ୍ରସାଦ ପରିବାର ଲୋକଙ୍କୁ ଖାଇବାକୁ ଦେବାକୁ କହିଥିଲା। ଏହା ସହିତ ରାତିରେ ଆସିଲେ ପୂଜାପାଠ କରିବା ବୋଲି କହିଥିଲା ଏହି ଡେଞ୍ଜର ବାବା। କିନ୍ତୁ ରାତିରେ ଅଶୋକ ଆଉ ବାବା ପାଖକୁ ଗଲା ନାହିଁ। ଯାହା ଫଳରେ ସୋମବାର ରାତି ୧୧ ଟାରେ ବାବା ନିଜର ସହଯୋଗୀ ମହେଶ୍ୱର ମାଝି ସହିତ ଅଶୋକ ଘରକୁ ଆସିଥିଲା।

ମହେଶ୍ୱର ଅଶୋକ ଏବଂ ତା’ର ସ୍ତ୍ରୀ କୁମାରୀକୁ ଉଠାଇ ନେଇଥିଲା। ସ୍ୱାମୀ, ସ୍ତ୍ରୀ ଘରୁ ବାହାରିବା କ୍ଷଣି, ବାବା ଦୁଇଜଣଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ନିକଟରେ ଥିବା ପୋଖରୀକୁ ନେଇଯାଇଥିଲା। ଆଉ ଏହା ପରେ ଦମ୍ପତି ବାବାର ହାତରୁ ଖସିପାରିନଥିଲେ। ବାବା ଦୁଇଜଣଙ୍କୁ ପାଣିରେ ବାରମ୍ୱାର ବୁଡାଉଥାଏ। ମଝିରେ ମଝିରେ କୁମାରୀକୁ ତୁ ଛୁଆ ଜନ୍ମ କରିବୁ ବୋଲି କହୁଥାଏ। ଏହାସହ ତୁମ ଦୁହିଁଙ୍କୁ ବଳି ଦେବା ପାଇଁ ବାବା କହୁଥାଏ। ପଡ଼ୋଶୀ ଲୋକେ ଚିତ୍କାର ଶୁଣି ଧାଇଁ ଆସିବାରୁ ବାବା ଓ ସହଯୋଗୀ ଫେରାର୍ ମାରିଥିଲେ।

ମଙ୍ଗଳବାର ଦ୍ୱିପ୍ରହରରେ ବାବାର ସ୍ତ୍ରୀ ଓ ବାବାର ସହଯୋଗୀ ମହେଶ୍ୱର ପୁଣି ଥରେ ପୂଜାପାଠ ପାଇଁ ପୋଖରୀ ନିକଟକୁ ଆସିବା ସମୟରେ ସହଯୋଗୀକୁ କାବୁ କଲେ ପଡ଼ୋଶୀ। ସହଯୋଗୀ ମହେଶ୍ୱରକୁ ମାଡ଼ ମାରିବା ସହ ଏକ ଗଛରେ ବାନ୍ଧିଦେଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ବଲାଙ୍ଗିର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସହଯୋଗୀ ମହେଶ୍ୱରକୁ ଉଦ୍ଧାର କରି ତାକୁ ଥାନାରେ ଅଟକ ରଖିଛି। ତେବେ ଫେରାର ଥିବା ବାବାକୁ ଏବେ ପୁଲିସ୍ ଖୋଜୁଛି।

ଅନ୍ୟପଟେ କିଛି ଦିନ ହେବା ବାବାର ମୁଣ୍ଡ ଖରାପ ଅଛି ବୋଲି ତା’ର ସ୍ତ୍ରୀ ସଫେଇ ଦେଇଛି। ଅନ୍ୟପଟେ ବାବାକୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ୍ୟୁମୁଖର ଖସିଆସିଥିବା ଅଶୋକ ଓ ତା’ର ସ୍ତ୍ରୀ। ବାବାର ଏପରି କାରନାମା ଯୋଗୁଁ କନ୍ଧପାଲି ପଡ଼ାରେ ଉତ୍ତେଜନା ଲାଗିରହିଛି। ହେଲେ ଘଟଣାକୁ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

(ଓଡ଼ିଶା ରିପୋର୍ଟର ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ବିଶ୍ୱାସ କରେ ନାହିଁ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos