Advertisment

ବାହାଘରର ଦିନକ ପୂର୍ବରୁ ବିଷ ପିଇଦେଲେ ମଙ୍ଗୁଳା କନିଆଁ

ମାଟିପକା ସହିତ ସାରି ଯାଇଥିଲା ହଳଦୀ କାର୍ଯ୍ୟକ୍ରମ। ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳେ ବିଷ ଖାଇ ଦେଲା ମଙ୍ଗୁଳା କନିଆଁ।

Balangir

Balangir

Advertisment

ବାହାଘରର ଗୋଟିଏ ଦିନ ଆଗରୁ ବିଷ ଖାଇଦେଲା ମଙ୍ଗୁଳା କନ୍ୟା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକା ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଚିକଲବାହାଲ ଗାଁରେ।

Advertisment

ରାତି ପାହିଲେ ପଡ଼ିଥାଆନ୍ତା ହାତ ଗଣ୍ଠି। ସେଥିପାଇଁ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡୁଛି ଘର। ମାଟିପକା ସହିତ ସାରି ଯାଇଥିଲା ହଳଦୀ କାର୍ଯ୍ୟକ୍ରମ। ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳେ ବିଷ ଖାଇ ଦେଲା ମଙ୍ଗୁଳା କନିଆଁ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ବିଷ ପିଇବାର କାରଣ ଜଣାପଡ଼ି ନାହିଁ। ପରିବାର ଲୋକେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାରିବାରିକ କଳହରୁ ଝିଅ ବିଷ ପିଇ ଦେଇଥିଲେ। ଦେଓଗାଁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଜଣାପଡିବ ମଙ୍ଗୁଳା କନ୍ୟାର ବିଷ ପାନର ପୂରା କାହାଣୀ। ଏହି ଘଟଣା ପରେ ଭିରକାପଡା ଗାଁର ବର ବାହା ହେବ ନା ନାହିଁ ତା’କୁ ନେଇ ମଧ୍ୟ ସନ୍ଦେହ ଜାରି ରହିଛି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Suicide Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe