Advertisment

ଭାଇ ଯାଇଥିଲା ବାହାରକୁ, ଘରେ ଝୁଲି ପଡ଼ିଲା ଭଉଣୀ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଠିକାଦାର ପଡ଼ା ସିଭିଲ୍‌ କୋର୍ଟ ଠାରେ ଘଟିଛି ଅଭାବନୀୟ ଘଟଣା। ସିଭିଲ୍ କୋର୍ଟ ପଛ ପଟେ ଥିବା ଜୀବନ ଷ୍ଟୋରର ମାଲିକଙ୍କ ଘର ଭିତରୁ ମିଳିଛି ତାଙ୍କ ଚାକରାଣୀ ପୁଷ୍ପାଞ୍ଜଳୀ ପୁଞ୍ଜିଙ୍କ ଝୁଲନ୍ତା ମୃତଦେହ। ଖବର ପାଇ ପୁଲିସ୍ ମୃତଦେହ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ, ଘର ମାଲିକଙ୍କ ପରିବାର ମେଡିକାଲ କାମରେ ବାହାରକୁ ଯାଇଥିଲେ। ଉକ୍ତ ଘରେ ଲଲିତନଗର ପଡାର ପୁଷ୍ପାଞ୍ଜଳୀ ପୁଞ୍ଜି ଏବଂ ଭାଇ କ୍ଷୀରସିନ୍ଧୁ […]

ଅଦ୍ୟତନ ହୋଇଛି
ଭାଇ ଯାଇଥିଲା ବାହାରକୁ, ଘରେ ଝୁଲି ପଡ଼ିଲା ଭଉଣୀ!

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଠିକାଦାର ପଡ଼ା ସିଭିଲ୍‌ କୋର୍ଟ ଠାରେ ଘଟିଛି ଅଭାବନୀୟ ଘଟଣା। ସିଭିଲ୍ କୋର୍ଟ ପଛ ପଟେ ଥିବା ଜୀବନ ଷ୍ଟୋରର ମାଲିକଙ୍କ ଘର ଭିତରୁ ମିଳିଛି ତାଙ୍କ ଚାକରାଣୀ ପୁଷ୍ପାଞ୍ଜଳୀ ପୁଞ୍ଜିଙ୍କ ଝୁଲନ୍ତା ମୃତଦେହ। ଖବର ପାଇ ପୁଲିସ୍ ମୃତଦେହ ଉଦ୍ଧାର କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଘର ମାଲିକଙ୍କ ପରିବାର ମେଡିକାଲ କାମରେ ବାହାରକୁ ଯାଇଥିଲେ। ଉକ୍ତ ଘରେ ଲଲିତନଗର ପଡାର ପୁଷ୍ପାଞ୍ଜଳୀ ପୁଞ୍ଜି ଏବଂ ଭାଇ କ୍ଷୀରସିନ୍ଧୁ ପୁଞ୍ଜି କାମ କରନ୍ତି।

ହେଲେ ଆଜି ମାଲିକଙ୍କ ଘରେ ପୁଷ୍ପାଞ୍ଜଳୀ ଏକା ଥିବା ବେଳେ ଭାଇ ମଧ୍ୟ କୌଣସି କାମ ପାଇଁ ବାହାରକୁ ଯାଇଥିଲା। ତେବେ ଭାଇ ଘରକୁ ଫେରି ଦେଖିବା ବେଳକୁ ଭଉଣୀର ଶବ ଝୁଲୁଛି । ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

Advertisment

ତେବେ ପୁଷ୍ପାଞ୍ଜଳୀ ଆତ୍ମହତ୍ୟା କରିଛନ୍ତି କି ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଜଣା ପଡ଼ି ନାହିଁ । ଯଦି ଏହା ଆତ୍ମହତ୍ୟା ତେବେ କାରଣ କଣ? ବଲାଙ୍ଗିର ଟାଉନ ପୁଲିସ ଘଟଣାର ତଦନ୍ତ ଅାରମ୍ଭ କରିଦେଇଛି । ଅନ୍ୟ ପକ୍ଷରେ ମୃତକର ପରିବାର ଲୋକେ ଏ ନେଇ ମୁହଁ ଖୋଲି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe