Advertisment

ସିଂହାସନରେ ନବସି ଚେୟାରରେ ବସିଲେ ରାଜ୍ୟପାଳ

ନିର୍ଦ୍ଧାରିତ ସମୟରେ ସଭା ଆୟୋଜନ ହୋଇଥିଲା। ଷ୍ଟେଜ୍‌ରେ ସିଂହାସନ ଦେଖି କାଢ଼ିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କୁ କହିଥିଲେ। ଯେଉଁଥିପାଇଁ ଆୟୋଜକମାନେ ଅଡୁଆରେ ପଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Balangir

Balangir

Advertisment

ଷ୍ଟେଜ୍‌ରେ ପଡ଼ିଥିବା ସିଂହାସନରେ ବସିବାକୁ ମନା କଲେ ରାଜ୍ୟପାଳ। ଅନ୍ୟ ଅତିଥିଙ୍କ ମଝିରେ ସାଧାରଣ ଚେୟାରରେ ବସିଲେ। ବଲାଙ୍ଗିର ଲ’ କଲେଜରେ ଆୟୋଜିତ ମୂର୍ତ୍ତି ଅନାବରଣ ଉତ୍ସବରେ ଏମିତି ଚିତ୍ର ଦେଖିବାକୁ ମିଳିଛି।

Advertisment

ବଲାଙ୍ଗିର ଲ’ କଲେଜରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳ ଚଞ୍ଚଳ ରଣା ଯୋଗ ଦେଇଥିଲେ। ଷ୍ଟେଜ୍‌ରେ ମୁଖ୍ୟଅତିଥିଙ୍କ ପାଇଁ ଗୋଟିଏ ବଡ଼ ସିଂହାସନ ପଡ଼ିଥିଲା। ଆଉ ସିଂହାସନର ଦୁଇ ପାର୍ଶ୍ୱରେ ଅନ୍ୟ ଅତିଥିଙ୍କ ପାଇଁ ଚେୟାର ପଡ଼ିଥିଲା।

ନିର୍ଦ୍ଧାରିତ ସମୟରେ ସଭା ଆୟୋଜନ ହୋଇଥିଲା। ଷ୍ଟେଜ୍‌ରେ ସିଂହାସନ ଦେଖି କାଢ଼ିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କୁ କହିଥିଲେ। ଯେଉଁଥିପାଇଁ ଆୟୋଜକମାନେ ଅଡୁଆରେ ପଡ଼ି ଯାଇଥିଲେ। କିଛି ଉପାୟ ନପାଇ ସିଂହାସନ କାଢ଼ି ନେଇ ଅତିଥିଙ୍କ କର୍ମଚାରୀଙ୍କ ପାଇଁ ଆସିଥିବା ଚେୟାର୍‌ ଆଣି ଷ୍ଟେଜ୍‌ରେ ପକାଇଥିଲେ। ସେହି ଚେୟାରଟି ଅନ୍ୟ ଦୁଇ ଅତିଥିଙ୍କଠାରୁ ବହୁ ଛୋଟ। ଏହା ଦେଖି ଷ୍ଟେଜ୍‌ରେ ବସିବାକୁ ମନା କରିଥିଲେ ଜିଲ୍ଲାପାଳ। ଆଉ ନିଜ ପାଇଁ ଷ୍ଟେଜ୍‌ରେ ପଡ଼ିଥିବା ଚେୟାରକୁ ରାଜ୍ୟପାଳଙ୍କୁ ଦେବାକୁ କହିଥିଲେ। ମାତ୍ର ରାଜ୍ୟପାଳ ବସିଥିବା ଚେୟାରରେ ନିଜକୁ କମ୍ଫଟେବଲ୍‌ ଲାଗୁଥିବା କହିଥିଲେ। ଏହା ପରେ ଜିଲ୍ଲାପାଳ ବାଧ୍ୟ ହୋଇ ତାଙ୍କ ପାଇଁ ପଡ଼ିଥିବା ଚେୟାରରେ ବସିଥିଲେ।

Advertisment

ଷ୍ଟେଜ୍‌ରେ ମଝି ଚେୟାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବସିଥିବା ବେଳେ ଦୁଇ ପାର୍ଶ୍ୱରେ ଚେୟାରରେ ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ବସିଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟପାଳ ବଲାଙ୍ଗିର ଗସ୍ତରେ ଆସି ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ଅସ୍ପିଟାଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଥିଲେ। ଏହା ପରେ ସେ ବଲାଙ୍ଗିର ଲ’ କଲେଜରେ ଆୟୋଜିତ ମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗଦେଇଥିଲେ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe