Advertisment

ବେଦିରେ ବାଇକ ମାଗିଲା ବର, ଉଠାଇ ଆଣିଲା ପୁଲିସ୍‌

ଶେଷରେ କଥା ଯାଇ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ଖବର ଦେଇଥିଲେ କନ୍ୟାପିତା। ଟାଉନ ଥାନା ପୁଲିସ ବେବିରୁ ବର ଓ କିଛି ସମ୍ପର୍କୀୟଙ୍କୁ ଉଠାଇ ନେଇଥିଲା। ବରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୁଲିସ।

author-image
Manoranjan Sial
Balangir

Balangir

ବାହା ବେଦିରେ ବାଇକ ମାଗି ହଟହଟା ହେଲା ବର। ବାହାଘର ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେବିରୁ ବରକୁ ଉଠାଇ ଆଣିଲା ପୁଲିସ। ଏବେ ଥାନାରେ ବର ଅଟକ। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ସହର ଶ୍ରୀରାମନଗର ପଡ଼ାରେ ଘଟିଛି।

Advertisment

ବୁର୍ଲାର ଏମ. ଡି. ଶେଖ ଖୁରେସି ବରଯାତ୍ରୀ ଧରି ଆଜି ଶ୍ରୀରାମନଗରକୁ ଯାଇଥିଲେ। ପ୍ରୋସେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ (ବିବାହ)। ବହାଘର ପରେ ବେବି ଉପରେ ବାଇକ୍‌ ଯୌତୁକ ମାଗିଥିଲେ ବାର। ବାହା ପୂର୍ବରୁ କିନ୍ତୁ ବିନା ଯୌତୁକରେ ବାହା ହେବି ବୋଲି କହିଥିଲା ବର। କିନ୍ତୁ ହଠାତ୍‌ ବାଇକ ମାଗିବାରୁ ଗରିବ ବାପାଙ୍କ ମୁଣ୍ଡରେ ଚଡକ ପଡିଥିଲା। ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ।

ଶେଷରେ କଥା ଯାଇ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ଖବର ଦେଇଥିଲେ କନ୍ୟାପିତା। ଟାଉନ ଥାନା ପୁଲିସ ବେବିରୁ ବର ଓ କିଛି ସମ୍ପର୍କୀୟଙ୍କୁ ଉଠାଇ ନେଇଥିଲା। ବରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୁଲିସ। ବାହା ବେଦିରେ ଯୌତୁକ ଦାବି କରିବାରୁ ବାହା ଘରକୁ ଭାଙ୍ଗି ଦେଇଛନ୍ତି କନ୍ୟାପିତା। ବାହା ଘରରେ ଖର୍ଚ୍ଚ ହୋଇଥିବା ୫ ଲକ୍ଷ ଟଙ୍କା ବର ଘର ଲୋକେ ଭରଣା କରନ୍ତୁ ବୋଲି ଲିଖିତ ଅଭିଯୋଗ କରିଛନ୍ତି କନ୍ୟା ପିତା। ଘଟଣାର ତଦନ୍ତ ଚାଲିଥିବାରୁ ପୁଲିସ କିଛି କହିବାକୁ ମନା କରିଦେଇଛି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime Balangir Police