Advertisment

୧୦ ଦିନ ପରେ ବାଜିଥା'ନ୍ତା ଶାହାନାଇ, ହେଲେ...

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଫେବ୍ରୁଆରୀ ୧୧ ତାରିଖରେ ହୋଇଥାନ୍ତା ବାହାଘର। ନିମନ୍ତ୍ରଣ କାର୍ଡ ବି ଛପା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ଚାଲିଥିଲା। ହାତରେ ସମୟ କମ୍ ଥିବାରୁ ପରିବାର ଲୋକେ ପ୍ରସ୍ତୁତି ଜୋରଦାର କରିଦେଇଥିଲେ। କିନ୍ତୁ ବିବାହର ୧୦ ଦିନ ପୂର୍ବରୁ ବରକୁ ଉଠାଇ ନେଲେ ଯମ। ଏଥିସହ ଖୁସିର ମାହୋଲ କ୍ଷଣିକେ ଦୁଃଖରେ ପରିଣତ ହୋଇଗଲା। ଡିଜେର ଗୀତ ବଦଳରେ ଶୁଭିବ ରାମ ନାମ ସତ୍ୟ ହେ। ବାହାଘରର ହୋମ ନିଆଁ ଜାଗାରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୦ ଦିନ ପରେ ବାଜିଥା'ନ୍ତା ଶାହାନାଇ, ହେଲେ...

bolangir1

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଫେବ୍ରୁଆରୀ ୧୧ ତାରିଖରେ ହୋଇଥାନ୍ତା ବାହାଘର। ନିମନ୍ତ୍ରଣ କାର୍ଡ ବି ଛପା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ଚାଲିଥିଲା। ହାତରେ ସମୟ କମ୍ ଥିବାରୁ ପରିବାର ଲୋକେ ପ୍ରସ୍ତୁତି ଜୋରଦାର କରିଦେଇଥିଲେ। କିନ୍ତୁ ବିବାହର ୧୦ ଦିନ ପୂର୍ବରୁ ବରକୁ ଉଠାଇ ନେଲେ ଯମ। ଏଥିସହ ଖୁସିର ମାହୋଲ କ୍ଷଣିକେ ଦୁଃଖରେ ପରିଣତ ହୋଇଗଲା। ଡିଜେର ଗୀତ ବଦଳରେ ଶୁଭିବ ରାମ ନାମ ସତ୍ୟ ହେ। ବାହାଘରର ହୋମ ନିଆଁ ଜାଗାରେ ଜଳିବ ଜୁଇର ନିଆଁ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ଥାନା ଲସ୍ତଲା ଗାଁରେ।

Advertisment

ଗାଁର ବାହାଦୁଲ ବରାଡଙ୍କ ବଡ଼ ପୁଅ ହିମାଂଶୁଙ୍କ ବାହାଘର ନିଜ ଗାଁର କୃପାସିନ୍ଧୁ ଜେନାଙ୍କ ଝିଅ, ଉର୍ବଶୀ ସହିତ ହୋଇଥିଲା। ୧୧ ତାରିଖରେ ହୋଇଥାନ୍ତା ବାହାଘର। ଆଜି ବାହାଘର ସଉଦା ପାଇଁ ହିମାଂଶୁ ନିଜର ଦାଦା(କାକା) ବିଜୟ ବରାଡ ସହିତ ବାଇକରେ ବଲାଙ୍ଗିରକୁ ଯାଉଥିଲେ। ସାଉନ୍ତପୁର ଠାରେ ହଠାତ୍ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଆଉ ଘଟଣା ସ୍ଥଳରେ ଚାଲିଗଲା ହିମାଂଶୁଙ୍କର ଜୀବନ। ସେହିପରି ଦାଦା ବିଜୟ ବରାଡ ଗୁରୁତର ହୋଇଛନ୍ତି।

ଅନ୍ୟ ବାଇକରେ ଥିବା ବଲାଙ୍ଗିର ସହର ବିଭୂତିପଡାର ବବଲୁ ସ୍ୱାଇଁ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ମୃତ ହିଂମାଶୁଙ୍କ ମୃତଦେହକୁ ପୁଇଁନ୍ତଲା ପାଇଁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Advertisment

ଅନ୍ୟପଟେ ଦଶ ଦିନ ପରେ ଯେଉଁ ଲସ୍ତଲା ଗାଁରେ ହିଂମାଶୁଙ୍କ ବରଯାତ୍ରୀ ଶୋଭଯାତ୍ରା ବାହାରି ଥାନ୍ତା, ଆଉ ଯେଉଁ ଗାଁ ବାଣ ଓ ବାଜା ରୋଷଣୀରେ ଉଠୁ ଥାଆନ୍ତା, ପଡୁଥାଆନ୍ତା, ଆଜି ସେହି ଗାଁରେ ହିଂମାଶୁର କୋକେଇ ଶୋଭାଯାତ୍ରା ଉଠିବ। ହିମାଂଶୁଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।