Advertisment

ବନ୍ଧୁକ ଜବତ, ଦୁଇ ଯୁବକ ଗିରଫ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରେ ବଢୁଛି ବେଆଇନ ବନ୍ଧୁକ କାରବାର । ସହରରୁ ଗାଁ ସବୁଠି ଲୋକେ ବେଆଇନ ଭାବେ ବନ୍ଧୁକ ରଖୁଛନ୍ତି। ବନ୍ଧୁକ ରଖି ବେଆଇନ ଭାବରେ ଜଙ୍ଗଲି ଯନ୍ତୁ ଶିକାର କରୁଛନ୍ତି ଶିକାରୀ। ବଲାଙ୍ଗିର ସଦର ଥାନା ରେଙ୍ଗାଳି ପଂଚାୟତ ଅନ୍ତର୍ଗତ ଅନ୍ତପାଲି ଗାଁରୁ ସଦର ପୁଲିସ ବନ୍ଧୁକ ରଖିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଗତକାଲି ରାତିରେ ଅନ୍ତପାଲି ଗାଁ ଲୋକେ ଜଣକ ଘରେ ବନ୍ଧୁକ ଫୁଟା ଶବ୍ଦ ଶୁଣିଥିଲେ। […]

author-image
Tapas Behera
ବନ୍ଧୁକ ଜବତ, ଦୁଇ ଯୁବକ ଗିରଫ

gun1

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରେ ବଢୁଛି ବେଆଇନ ବନ୍ଧୁକ କାରବାର । ସହରରୁ ଗାଁ ସବୁଠି ଲୋକେ ବେଆଇନ ଭାବେ ବନ୍ଧୁକ ରଖୁଛନ୍ତି। ବନ୍ଧୁକ ରଖି ବେଆଇନ ଭାବରେ ଜଙ୍ଗଲି ଯନ୍ତୁ ଶିକାର କରୁଛନ୍ତି ଶିକାରୀ। ବଲାଙ୍ଗିର ସଦର ଥାନା ରେଙ୍ଗାଳି ପଂଚାୟତ ଅନ୍ତର୍ଗତ ଅନ୍ତପାଲି ଗାଁରୁ ସଦର ପୁଲିସ ବନ୍ଧୁକ ରଖିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଗତକାଲି ରାତିରେ ଅନ୍ତପାଲି ଗାଁ ଲୋକେ ଜଣକ ଘରେ ବନ୍ଧୁକ ଫୁଟା ଶବ୍ଦ ଶୁଣିଥିଲେ।

Advertisment

ଗାଁ ଲୋକେ ମାଗୁରବେଡା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ତାପରେ ସଦର ପୁଲିସ ଟିମ ଅନ୍ତପାଲି ଗାଁକୁ ଯାଇ ଗଣେଶ ଦେହୁରୀ ଏବଂ ସୁବାଷ ପୁଟାଙ୍କୁ ଫିଲ୍ମ ଷ୍ଟାଇଲରେ ଦଉଡାଇ ଦଉଡାଇ କାବୁ କରିଥିଲା । ସେମାନଙ୍କ ନିକଟରୁ ଗୋଟିଏ  ଦେଶୀ ରାଇଫଲ, ଗୋଟିଏ ଦେଶୀ ପିସ୍ତଲ , ଜୀବନ୍ତ ଗୁଳି ,ଏକ ଖୋଖା ଜବତ କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ଗିରଫ ଯୁବକ ମାନେ ବାରହା ଶିକାର ପାଇଁ ବନ୍ଧୁକ ବ୍ୟବହାର କରୁଥିବା ଜାଣିବାକୁ ପାଇଛି ପୁଲିସ ।