Advertisment

ବାତ୍ୟା ପରେ ତାଣ୍ଡବ ରଚିଲା କାଳବୈଶାଖୀ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବାତ୍ୟା ପରେ ତାଣ୍ଡବ ରଚିଛି କାଳବୈଶାଖୀ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାରୁ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡିରହିଛି। ବିଦ୍ୟୁତ ସେବା ଠପ ସହ ରାସ୍ତା ଜାମ ହେବାରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବଙ୍ଗୋମୁଣ୍ଡାର ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ପବନ ବୋହିଥିଲା। ଦିନ ୩ଟା ବେଳେ ହଠାତ ଜୋରରେ ପବନ ବୋହିବା ସହ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବାତ୍ୟା ପରେ ତାଣ୍ଡବ ରଚିଲା କାଳବୈଶାଖୀ

thunder-storm

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବାତ୍ୟା ପରେ ତାଣ୍ଡବ ରଚିଛି କାଳବୈଶାଖୀ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାରୁ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡିରହିଛି। ବିଦ୍ୟୁତ ସେବା ଠପ ସହ ରାସ୍ତା ଜାମ ହେବାରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Advertisment

ବଙ୍ଗୋମୁଣ୍ଡାର ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ପବନ ବୋହିଥିଲା। ଦିନ ୩ଟା ବେଳେ ହଠାତ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ପବନର ବେଗ ଏତେ ଥିଲା ଯେ ରାସ୍ତା ପାର୍ଶ୍ୱରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଏବେବି ରାସ୍ତା ଉପରେ ବଡ଼ ବଡ଼ ଗଛ ପଡି ରହିଛି।

କାଳବୈଶାଖୀ ପ୍ରଭାବରେ ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜପଥ ଓ ବଙ୍ଗୋମୁଣ୍ଡା ଖରିଆଡ଼ ଏନଏଚ-୫୯ ଜାତୀୟ ରାଜପଥ ଯିବା ଆସିବା ଠପ୍ ପଡ଼ି ଯାଇଛି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରକୁ ବର୍ଷା ପାଣି ପଶିଯାଇଥିବା ବେଳେ ପବନରେ ଲୋକଙ୍କ ଘରର ଆଜବେଷ୍ଟ ଓ ଘର ଭାଙ୍ଗି ଯାଇଛି। ଏପରିକି ଅନେକ ଲୋକଙ୍କ ଘର ଉପରେ ଗଛ ପଡିଛି।

Advertisment

ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ଉପରେ ଗଛ ହଟାଇବା କାମ ଜାରି ରଖିଛି। ପବନ ଓ ବର୍ଷା ହେବାରୁ ବିଦ୍ୟୁତ ସେବା ଠପ ହେବ ସହ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପହଂଚି ସ୍ଥିତି ଅନୁଧ୍ୟାନ କରି କ୍ଷତି ହୋଇଥିବା ଲୋକଙ୍କ ତୁରନ୍ତ ସହାୟତା ରାଶି ଘୋଷଣା ପାଇଁ ଦାବି କରିଛନ୍ତି।