Advertisment

‘ତାଙ୍କ ଘର କହିଲେ ମୋ ପ୍ରେମ ଟାଇମ୍ ପାସ୍, ମୁଁ ପ୍ରମାଣ କରିବାକୁ ଯାଇଥିଲି’

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ବଲାଙ୍ଗିର ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକଧାରୀର ଆତଙ୍କରାଜ ମାମଲାରେ ମୁହଁ ଖୋଲିଛି ଅଭିଯୁକ୍ତ ବିକ୍ରମ ପଣ୍ଡା । ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲି ପ୍ରେମ ପାଇଁ ଏଭଳି କରିଥିବା କହିଛି। ସେ ପ୍ରେମ କରୁଥିବା ଯୁବତୀର ବାହାଘର ଅନ୍ୟତ୍ର ସ୍ଥିର ହୋଇଥିବାରୁ ଏପରି କାଣ୍ଡ କରିଥିବା ସ୍ୱୀକାର କରିଛି।  ଝିଅ ଘର ଚାକିରିଆ ବର ଖୋଜୁଥିଲେ। ସେ ବ୍ୟବସାୟ କରୁଥିବାରୁ ମଙ୍ଗି ନଥିଲେ । ଏପରିକି ଝିଅର ବାପା ତାଙ୍କ ପ୍ରେମକୁ […]

ଅଦ୍ୟତନ ହୋଇଛି
‘ତାଙ୍କ ଘର କହିଲେ ମୋ ପ୍ରେମ ଟାଇମ୍ ପାସ୍, ମୁଁ ପ୍ରମାଣ କରିବାକୁ ଯାଇଥିଲି’

80

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ବଲାଙ୍ଗିର ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକଧାରୀର ଆତଙ୍କରାଜ ମାମଲାରେ ମୁହଁ ଖୋଲିଛି ଅଭିଯୁକ୍ତ ବିକ୍ରମ ପଣ୍ଡା । ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲି ପ୍ରେମ ପାଇଁ ଏଭଳି କରିଥିବା କହିଛି। ସେ ପ୍ରେମ କରୁଥିବା ଯୁବତୀର ବାହାଘର ଅନ୍ୟତ୍ର ସ୍ଥିର ହୋଇଥିବାରୁ ଏପରି କାଣ୍ଡ କରିଥିବା ସ୍ୱୀକାର କରିଛି।  ଝିଅ ଘର ଚାକିରିଆ ବର ଖୋଜୁଥିଲେ। ସେ ବ୍ୟବସାୟ କରୁଥିବାରୁ ମଙ୍ଗି ନଥିଲେ । ଏପରିକି ଝିଅର ବାପା ତାଙ୍କ ପ୍ରେମକୁ ଟାଇମ୍ ପାସ୍ କହି ପ୍ରସ୍ତାବକୁ ମାନିନଥିଲେ ।

Advertisment

ଝିଅର ମାମୁଘରେ ପଶି ଝିଅକୁ ଡାକି ଟାଇମ୍ ପାସ୍ ନୁହେଁ ପ୍ରମାଣ ଦେବାକୁ ସେ ଚାହୁଁଥିବା କଥା କହିଛି ବିକ୍ରମ।  ତେବେ ଏଭଳି ଘଟଣା ପାଇଁ ସେ ଅନୁତପ୍ତ ନୁହେଁ କି ଲଜ୍ଜିତ ନୁହେଁ କହିଛି ବିକ୍ରମ । ସେ ବ୍ୟବହାର କରିଥିବା ବନ୍ଧୁକଟିକୁ ସେ ୨ ବର୍ଷ ତଳୁ ରଖିଥିଲା ଏବଂ ଏହାର ଓ ଲାଇସେନ୍ସ ନଥିବା କହିଛି ବିକ୍ରମ । ଏପଟେ ପୁଲିସ ଆଜି ବିକ୍ରମ ପଣ୍ଡାର ଡାକ୍ତରୀ ପରୀକ୍ଷା କରିଛି ।

ବିକ୍ରମକୁ ପୁଲିସ ଭୀମ ଭୋଇ ମେଡିକାଲ କଲେଜକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛି । ଏହାପରେ ତାକୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଗତକାଲି ସକାଳେ ବିକ୍ରମ ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରେ ପଶି ଦିବ୍ୟଲୋଚନ, ପୁଅ ଓ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ବନ୍ଧକ ରଖିଥିଲା । ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ପୁଲିସ ବିକ୍ରମକୁ କାବୁ କରିବାରେ ସକ୍ଷମ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe