liquor seized
ବ୍ରାଣ୍ଡ ହେଉକି ନନ୍ ବ୍ରାଣ୍ଡ। ଦେଶୀ ହେଉକି ବିଦେଶୀ। ମଦ ପିଉଥିଲେ ସାବଧାନ! ମାର୍କେଟରେ ମିଳୁଛି ନକଲି ମଦ। ଅସଲି ମଦ ଭଳି ଏହାର ରୂପ, ରଙ୍ଗ, ନିଶା ସବୁ ସମାନ। ହେଲେ ଏହା ଜୀବନ ପାଇଁ ଘାତକ ସାଜିପରେ। କାରଣ ନିଶା ଔଷଧ, ସାମ୍ପୁ, ଅପମିଶ୍ରଣ ତେଲ ବ୍ୟବହାର କରି ତିଆରି ହେଉଛି ନକଲି ମଦ। ଏହି ନକଲି ମଦ କାରବାର ଏବେ ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରି ଚାଲିଛି। ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତାର ଏକ ଭଡା ଘରୁ ଜବତ ହୋଇଛି ପୁଳାପୁଳା ବ୍ରାଣ୍ଡ କମ୍ପାନୀ ଷ୍ଟିକର ଲାଗିଥିବା ନକଲି ମଦ। ଏହି ନକଲି ମଦ ଫ୍ୟାକ୍ଟ୍ରି ଚଳାଉଥିବା ସୁଧୀର ସିଂହକୁ ଗିରଫ କରିଛି ଅବକାରୀ ବିଭାଗ।
ସୁଧୀର କଣ୍ଟାବାଞ୍ଜିର ଇନ୍ଦିରା ଛକରେ ଥିବା ବିଦେଶୀ ମଦ ଦୋକାନର ପୂର୍ବତନ ମ୍ୟାନେଜର ଥିଲେ। କଣ୍ଟାବାଞ୍ଜି ଅବକାରୀ ବିଭାଗ ଚଢ଼ଉ ବେଳେ ଏହି ଘରୁ ନକଲି ମଦ ପ୍ରସ୍ତୁତି ଜିନିଷ ଓ ବଟଲିଂ କରିବାରେ ବ୍ୟବହୃତ ଯନ୍ତ୍ରାଂଶକୁ ଜବତ କରାଯାଇଛି।
ଅବକାରୀ ବିଭାଗ ସୂଚନା ମୁତାବକ, ଏହି ଘରେ ଭଡା ନେଇ ରହୁଥିଲେ ସୁଧୀର। ସେ ପୂର୍ବରୁ କିଛି ବର୍ଷ ସ୍ଥାନୀୟ ଇନ୍ଦିର ଛକ ନିକଟରେ ରହିଥିବା ବିଦେଶୀ ମଦ ଦୋକାନର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। କିଛି ମାସ ତଳେ ସେ ଚାକିରି ଛାଡ଼ିଛନ୍ତି। ଏହି ସମୟରେ ସେ ରହୁଥିବା ଭଡା ଘରେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଚଳାଇଥିଲେ।
ଏନେଇ କୌଣସି ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ଚଢାଉ କରିଥିଲା। ଏଠାରୁ ପ୍ରାୟ ୧୮ ଲିଟର ନକଲି ମଦ, ୩ଟି ବ୍ରାଣ୍ଡର ୪୮୫ଟି ମଦ ବୋତଲ, ପ୍ରଚୁର ପରିମାଣର ଠିପି, ସିଲ୍ ଏବଂ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ନକଲି ମଦ ତିଆରି କରୁଥିବା ଦଫା ଲଗାଇ ସୁଧୀରଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ଦୟାନିଧି ବାରିକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us