Advertisment

ହେ ପ୍ରଭୁ! ବାହାର ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ...

ଶୁକ୍ରବାର ଲଳିତା ନିଜକୁ ସାମାନ୍ୟ ଅସୁସ୍ଥ ମନେ କରିଥିଲେ। ଆଉ ମେଡ଼ିକାଲ୍‌ ଯିବା ପାଇଁ ସ୍ୱାମୀ ଅଶୋକ ମାଝୀଙ୍କୁ କହିଥିଲେ। କଥା ରଖିଥିଲେ ଅଶୋକ। କାମକୁ ଅଧାରେ ଛାଡ଼ି ନିଜ ବାଇକ୍‌ରେ ପ୍ରାଣପ୍ରିୟା ଲଳିତାଙ୍କୁ ବସାଇ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ

Child

Child

Advertisment

ଆଉ ମାସେ ୧୦ ଦିନ ପରେ ବାହାର ଦୁନିଆ ଦେଖିଥାଆନ୍ତା! ବାପାମାଆଙ୍କ କୋଳ ମଣ୍ଡନ କରିଥାଆନ୍ତା। ହେଲେ କିଏବା ଜାଣିଥିଲା ବାହାର ଦୁନିଆ ଦେଖିବା ଆଗରୁ ମାଆର ଗର୍ଭରେ ସବୁଦିନ ପାଇଁ ଶୋଇଯିବ ୮ ମାସର ଗର୍ଭସ୍ଥ ଶିଶୁ? ଖାଲି ଗର୍ଭସ୍ଥ ଶିଶୁ କାହିଁକି, ତା’ ମାଆ ଓ ବାପା ମଧ୍ୟ ଅଫେରା ରାଇଜକୁ ଚାଲି ଯାଇଛନ୍ତି। ଦାନବ ରାକ୍ଷସ ପରି ମାଡ଼ି ଆସିଥିବା ଟ୍ରକ୍‌, ଧକ୍କାରେ ଗର୍ଭସ୍ଥ ଶିଶୁ ସହ ମାଆ ଓ ବାପାଙ୍କର ମୃତ ଘଟିଛି।

Advertisment

ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ଗାଇନ୍ଦୀମାଲ ଗାଁର ଲଳିତା ମାଝୀ ୮ ମାସର ଗର୍ଭବତୀ ଥିଲେ। ନିଜ ଗର୍ଭରେ ବଢ଼ୁଥିବା ଶିଶୁକୁ ନେଇ କେତେ ଖୁସି ଥିଲେ ଲଳିତା? ଛୁଆକୁ ଜନ୍ମଦେବେ ଓ ଆଉ ମାଆର ଜୀବନ ସାର୍ଥକ କରିବେ? ଏମିତି କେତେ କ’ଣ ସ୍ୱପ୍ନ ଦେଖିଥିଲେ ଲଳିତା। ସେଥିପାଇଁ ବହୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ। ଗର୍ଭରେ ବଢ଼ୁଥିବା ଶିଶୁର ସ୍ୱାସ୍ଥ୍ୟ ଯେମିତି ଭଲ ରହିବ, ନିୟମିତ ମେଡ଼ିକାଲ୍‌ ଚେକ୍‌ଅପ୍‌ କରୁଥିଲେ।

ଶୁକ୍ରବାର ଲଳିତା ନିଜକୁ ସାମାନ୍ୟ ଅସୁସ୍ଥ ମନେ କରିଥିଲେ। ଆଉ ମେଡ଼ିକାଲ୍‌ ଯିବା ପାଇଁ ସ୍ୱାମୀ ଅଶୋକ ମାଝୀଙ୍କୁ କହିଥିଲେ। କଥା ରଖିଥିଲେ ଅଶୋକ। କାମକୁ ଅଧାରେ ଛାଡ଼ି ନିଜ ବାଇକ୍‌ରେ ପ୍ରାଣପ୍ରିୟା ଲଳିତାଙ୍କୁ ବସାଇ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ସଞ୍ଜ ହୋଇଯାଇଥିଲା। ତେଣୁ ସେମାନେ ଧୀରେ ଧୀରେ ଘରକୁ ଫେରୁଥିଲେ। ସ୍ୱାମୀ ଓ ସ୍ତ୍ରୀ ବେଶ୍‌ ଖୁସିଥିଲେ!

Advertisment
Lalita and Ashokଲଳିତା ଓ ତାଙ୍କ ସ୍ୱାମୀ ଅଶୋକ

ତେବେ ତୁରେକେଲା-ଲାଠୋର ରାସ୍ତାର ଗାଇନ୍ଦୀମାଲ ଗାଁର ବୁଲାଣିଠାରେ ସମ୍ମୁଖରୁ ମୃତ୍ୟୁର ଦାନବ ପରି ମାଡ଼ିଆ ଆସିଲା ଦ୍ରୁତଗାମୀ ଟ୍ରକ୍‌। କିଛି ଭାବିବା ଆଗରୁ ଅଶୋକଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଝାପ୍‌ସା ଅନ୍ଧକାର ଭିତରେ ସ୍ୱାମୀ ଓ ସ୍ତ୍ରୀ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ଲଳିତା ଓ ଅଶୋକଙ୍କ ରକ୍ତ ରଞ୍ଜିତ ହୋଇଥିଲା ରାସ୍ତା। ଆଉ ହାତ ଧରାଧରି ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ। ଲଳିତାଙ୍କ ପରି ତାଙ୍କ ଗର୍ଭରେ ବଢ଼ୁଥିବା ୮ ମାସର ଶିଶୁ ମଧ୍ୟ ଶୋଇଗଲା।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲା। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିଥିଲେ। ତୁରେକେଲା ଥାନା ପୁଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଶୁକ୍ରବାର ରାତି ୨ଟାରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇଥିଲା।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Accident Roadaccident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe