Advertisment

ସଇତାନ ସ୍ୱାମୀ;ସ୍ତ୍ରୀକୁ ମାରି ପୋଡ଼ିଦେଲା

ଦେବରାଜ ଛଅ ବର୍ଷ ତଳେ ଚି଼ଙ୍ଗିରିଟାଲ ଗାଁର ଚୁଳବତୀକୁ ବୈଦିକ ରୀତିରେ ବିବାହ କରିଥିଲେ।

author-image
Tapaswini Nayak
DeadBody

DeadBody

ସଇତାନ ସ୍ୱାମୀ। ନିଜ ହାତରେ ନିଜେ ସ୍ତ୍ରୀକୁ ହତ୍ୟା କଲା। ପ୍ରମାଣ ନଷ୍ଟ ପାଇଁ ସମ୍ପକୀୟଙ୍କ ସହିତ ଶବକୁ ପୋଡ଼ି ଦେଲା। ହତ୍ୟାକାଣ୍ଡର ୨ଦିନ ପରେ ସତ ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଳାମହୁଲ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଚୁଳବତୀ ସାହୁ। ପୁଲିସ ଅଭିଯୁକ୍ତ ସ୍ୱାମୀ ଦେବରାଜ ସାହୁ, ଦେଢ଼ଶୁର ଟିକେଲାଲ ସାହୁ ଓ ସଂପର୍କୀୟ ମଉସା ଗୁଣନିଧିକୁ ଗିରଫ କରିଛି।

Advertisment

ଗତ ୧୬ ତାରିଖରେ କୌଣସି କଥାକୁ ନେଇ ଦେବରାଜ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା ଦେବରାଜ ପିଟିପିଟି ଚୁଳବତୀଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ସ୍ତ୍ରୀର ମୃତଦେହକୁ ପୋଡ଼ି ଦେବାକୁ ଯୋଜନା କରିଥିଲା ଦେବରାଜ। ଏଥିପାଇଁ ଦେଢ଼ଶୁର ଓ ସଂପର୍କୀୟ ମଉସା ସହଯୋଗ ଲୋଡ଼ିଥିଲା। ପରେ ସେ ସ୍ତ୍ରୀମୃତଦେହ ଅଖା ବସ୍ତାରେ ପୁରାଇ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲା। ପରେ ଜଙ୍ଗଲରେ ପେଟ୍ରୋଲ ଢାଳି ସ୍ତ୍ରୀର ମୃତଦେହକୁ ପୋଡ଼ି ଦେଇଥିଲେ।

ଚୁଳବତୀଙ୍କ ବାପା ରଜରେ ଝିଅ ଘରକୁ ଆସିଥିଲେ। ଝିଅ କୁଆଡ଼େ ଗଲା ବୋଲି ଜ୍ୱାଇଁ ଦେବରାଜଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ କିଛି ଉତ୍ତର ଦେଇ ନଥିଲେ। ଦେବରାଜ ଯେଉଁ ଉତ୍ତର ଦେଇଥିଲେ ତାହା ସନ୍ତୋଷ ଜନକ ନଥିଲା। ଏନେଇ ଜ୍ୱାଇଁ ଉପରେ ଚୁଳବତୀଙ୍କ ବାପାଙ୍କର ସନ୍ଦେହ ହୋଇଥିଲା। ଝିଅ ନିଖୋଜ ଥିବା ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାପା। ପରେ ଖପ୍ରାଖୋଲ ପୁଲିସ ଦେବରାଜଙ୍କୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

Advertisment

ସୂଚନାଯୋଗ୍ୟ, ଦେବରାଜ ଛଅ ବର୍ଷ ତଳେ ଚି଼ଙ୍ଗିରିଟାଲ ଗାଁର ଚୁଳବତୀକୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ଏକ ଚାରି ବର୍ଷର ଝିଅ ମଧ୍ୟ ଅଛି।

Murder Balangir