Advertisment

ଗୋ-ମାଂସ ଚାଲାଣ ଗାଡ଼ିକୁ ଧରିଲା ପୁଲିସ

ସେଚ୍ଛାସେବୀ ଅନୁଷ୍ଠାନର ଅଭିଯୋଗକ୍ରମେ କଣ୍ଟାବାଞ୍ଜି ପୁଲିସ ଏହାକୁ ଧରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
beef loaded auto rickshaw

beef loaded auto rickshaw

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପୁଣି ଧରାପଡ଼ିଲା ଗୋ-ମାଂସ ଚାଲାଣ ହେଉଥିବା ଗାଡ଼ି। ଆଜି ସେଚ୍ଛାସେବୀ ଅନୁଷ୍ଠାନର ଅଭିଯୋଗକ୍ରମେ କଣ୍ଟାବାଞ୍ଜି ପୁଲିସ ଏହାକୁ ଧରିଛି।  କଣ୍ଟାବାଞ୍ଜି ସହରର ତୁରେକେଲା ରୋଡ୍‌ର ସତନାମୀପଡାରେ ଏହି ଗୋ-ମାଂସ କଟା ଯାଇ ଅଟୋରେ ଚାଲାଣ ହେଉଥିଲା।

Advertisment

ଏହି ବେଆଇନ କାରବାର କରୁଥିବା ୪ ଜଣ ଯୁବକଙ୍କୁ ପୁଲିସ କଣ୍ଟାବାଞ୍ଜି ଥାନାରେ ଅଟକ ରଖିଛି ଓ ଯେତେବେଳେ କି ୨ଜଣ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଶ୍ରୀ ରାମ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ପୁଲିସରେ ଗୋହତ୍ୟା ଓ ଗୋ-ମାଂସ ଚାଲାଣ ହେଉଥିବା ନେଇ ଅଭିଯୋଗ କରିଥିଲେ।

ଆଜି ଅଚାନକ ଏହି ଗୋ-ମାଂସ କଟା ହେଉଥିବା ସ୍ଥାନରେ ଚଢାଉ କରିଥିଲା ପୁଲିସ। ଘଟଣାସ୍ଥଳରୁ ଗୋ-ହତ୍ୟା କରି ମାଂସ ଚାଲାଣ କରୁଥିବା ପଦ୍ମପୁରର ଅଞ୍ଚଳର ଜଣେ ଏବଂ କଣ୍ଟାବାଞ୍ଜିର ତିନି ଜଣ ଯୁବକଙ୍କୁ ପୁଲିସ ଧରିଥିଲା। ଗୋ-ମାଂସ କାଟି ଅନ୍ୟତ୍ର ନେବା ପାଇଁ ଏମାନେ ଯୋଜନା କରୁଥିଲେ।

Advertisment

ଗୋ-ହତ୍ୟା ଓ ଗୋମାଂସ ଚାଲାଣ କରାଯିବା ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Animal Smuggling