/odisha-reporter/media/post_attachments/uploads/2021/08/debasish.jpg)
debasish
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ହେଉଛି ବିଶ୍ୱ ଅଙ୍ଗଦାନ ଦିବସ। ଏହି ଅବସରରେ ବଲାଙ୍ଗିର ସହରର ଯୁବ ସାମ୍ୱାଦିକ ଦେବାଶିଷ ମିଶ୍ର ଅଙ୍ଗଦାନ କରିଛନ୍ତି। ଭୀମଭୋଇ ମେଡିକାଲ କଲେଜର ଆନାଟୋମୀ ବିଭାଗକୁ ଯାଇ ସେଠାରେ ଅବଶ୍ୟକୀୟ କାଗଜପତ୍ର କରିବା ପରେ ଅଙ୍ଗଦାନ ସ୍ୱୀକୃତି ପତ୍ରରେ ଦସ୍ତଖତ କରିଥିଲେ।
ମୃତ୍ୟୁ ପରେ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ସଙ୍ଗେ ସଙ୍ଗେ ଶରୀରକୁ ସଂଗ୍ରହ କରି ଅଣାଯିବ। ଆଖି, କିଡନୀ ଭଳି କିଛି ଅଙ୍ଗକୁ ରୋଗୀ ମାନଙ୍କ ଦେହରେ ଲଗାଇ ନୂଅ ଜୀବନ ଦିଆଯିବ। ବାକି ଅଙ୍ଗକୁ ମେଡିକାଲ କଲେଜ ଛାତ୍ରଙ୍କ ପ୍ରାକ୍ଟିକାଲ ପାଇଁ ରଖାଯିବ।
ଯୁବ ସମାଜସେବୀ ଅଜୟ ନାଗ ନିଜେ ଅଙ୍ଗଦାନ କରିଥିବା ବେଳେ ଅନେକ ଲୋକଙ୍କୁ ଅଙ୍ଗଦାନ କରିବା ପାଇଁ ଆକର୍ଷିତ କରୁଛନ୍ତି। ଏହି କ୍ରମରେ ଆଜି ଯୁବ ସାମ୍ୱାଦିକ ଦେବାଶିଷ ମିଶ୍ର ଅଙ୍ଗଦାନ କରିଛନ୍ତି। ତାଙ୍କର ଏଭଳି ମହତ କାମକୁ ପ୍ରଶଂସା କରିଛନ୍ତି ଆନାଟୋମୀ ବିଭାଗର ଏଚ.ଓ.ଡି. ରାଜଶ୍ରୀ ବିଶ୍ୱାଳ। ଅଙ୍ଗଦାନ ସମୟରେ ଆନାଟୋମୀ ଲ୍ୟାବ ଆଶିଷ୍ଟାଣ୍ଟ ଶ୍ରୀକାନ୍ତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
