Advertisment

ନାବାଳକ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

୯ ବର୍ଷୀୟ ପରମେଶ୍ୱର ଗହୀରଙ୍କୁ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ୨୦୨୧ ମସିହା ମେ’ ୨୧ ତାରିଖରେ ହତ୍ୟା କରାଯାଇଥିଲା।

Odisha

Odisha

Advertisment

ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁ ନାବାଳକ ହତ୍ୟାକାଣ୍ତ ଘଟଣାରେ ଆସିଛି ରାୟ। ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ନାବାଳକଙ୍କୁ ହତ୍ୟା କରିଥିବା ଦୋଷୀକୁ ମିଳିଛି ଆଜୀବନ ଜେଲଦଣ୍ଡ। ଏଡିଜେ କଣ୍ଟାବାଞ୍ଜି କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

୯ ବର୍ଷୀୟ ପରମେଶ୍ୱର ଗହୀରଙ୍କୁ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ୨୦୨୧ ମସିହା ମେ’ ୨୧ ତାରିଖରେ ହତ୍ୟା କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଜିତେନ ପୋଢ଼ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପରମେଶ୍ୱରଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଠେଙ୍ଗାକୁ ଜବତ କରିଥିଲା। ଏହାପରେ ଗିରଫ ହୋଇଥିଲା ଜିତେନ। ତୁରକେଲା ପୁଲିସ୍‌ ତାକୁ ଗିରଫ କରିବା ପରେ କୋର୍ଟରେ ହାଜର କରି ଜେଲ ହାଜତକୁ ପଠାଇ ଦେଇଥିଲା। ସେବେଠାରୁ ସେ ଜେଲରେ ରହିଛି।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଜମି ବିବାଦକୁ କେନ୍ଦ୍ର କରି ସେ ପରମେଶ୍ୱରଙ୍କୁ ଚାଷ ଜମିରେ କାମ କରୁଥିବା ସମୟରେ ହତ୍ୟା କରିଥିଲା। ଘଟଣାର ବିଚାର ଏଡିଜେ କଣ୍ଟାବାଞ୍ଜି କୋର୍ଟରେ ସେବେ ଠାରୁ ଚାଲିଥିଲା। ତୁରେକେଲା ପୁଲିସ୍‌ ଦାଖଲ କରିଥିବା ଚାର୍ଜଶିଟ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ ରାୟ ଶୁଣାଇଛନ୍ତି।

Advertisment

ଜିତେନ ପୋଢ଼କୁ ଆଜୀବନ କାରାଦଣ୍ଡ ସହ ଚାଳିଶ ହଜାର ଟଙ୍କା ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ସରକାରୀ ଓକିଲ ପ୍ରମୋଦ କୁମାର ପାଣିଗ୍ରାହୀ କହିଛନ୍ତି ଯେ ୩୦୨ ଦଫାରେ ଜିତେନକୁ ଆଜୀବନ ଜେଲଣ୍ଡ ସହ ୨୦ ହଜାର ଟଙ୍କା ଫାଇଇ କରାଯାଇଛି। ଏହାସହ ୩୦୭ ଦଫାରେ ୧୦ ବର୍ଷ ଜେଲଦଣ୍ଡ ସହ ଆଉ ୨୦ ହଜାର ଟଙ୍କା ଜୋରିମାନା ଲାଗୁ ହୋଇଛି। ଯଦି ଜୋରିମାନା ନ ଦେଇ ପାରିବ, ତା’ହେଲେ ତାକୁ ଆଉ ୨ ବର୍ଷ ଜେଲଦଣ୍ଡ ମିଳିବ। ପରିବାର ସହ ଜମି ବିବାଦ କାରଣରୁ ଜିତେନ ଛୋଟ ପିଲାଟିକୁ ହତ୍ୟା କରିଥିଲା ବୋଲି ସେ କହିଛନ୍ତି।

Odisha Murder Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe