Advertisment

ଘରୁ ବାହାରିଲା ୧୩୦ ବୋତଲ କଫ ସିରପ, ବନ୍ଧା ହେଲେ ମହିଳା

ମହିଳାଙ୍କ ଘରେ ଚଢ଼ାଉ ବେଳେ ବାହାରିଲା ପୁଳା ପୁଳା କଫ୍‌ ସିରପ। ଏକକାଳୀନ ଜବତ ହେଲା ୧୩୦ ବୋତଲ କଫ ସିରପ ।

ଅଦ୍ୟତନ ହୋଇଛି
syrup

syrup

Advertisment

ବେଆଇନ କଫ୍ ସିରପ ବିକ୍ରି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଝାଙ୍କରପଡ଼ାର କୁନ୍ତୀ ନାଗ ନାମ୍ନୀ ମହିଳା କଫ ସିରପ ବ୍ୟବସାୟୀଙ୍କୁ ବାନ୍ଧିଛି ପୁଲିସ୍‌। l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି l  

Advertisment

ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଏନଏସିସ୍ଥିତ ଝାଙ୍କରପଡ଼ାର କୁନ୍ତୀ ନାଗ ନିଜ ଘରେ କଫ ସିରପ୍‌ ବିକ୍ରି କରୁଥିଲେ l କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। କୁନ୍ତୀଙ୍କ ଘରୁ ୧୩୦ଟି କଫ ସିରପ ବୋତଲ ଜବତ କରାଯାଇଥିଲା।

Arrestଗିରଫ ମହିଳା ।

ଥାନାରେ ଅଟକ ରଖି ପଚରାଉଚରା କରାଯିବା ପରେ କୁନ୍ତୀ କଫ ସିରପ ବିକ୍ରି କରୁଥିବା ସ୍ୱୀକାର କରିଥିଲେ l କୁନ୍ତୀଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପୁଅ ବି ଏଥିରେ ସାମିଲ ଥିବା ଜଣାଯାଇଛି। ତେବେ ତାଙ୍କ ପୁଅଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।   

Advertisment

ଅନେକ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବେଆଇନ ଭାବରେ କଫ ସିରପ ବିକ୍ରି ଚାଲିଛି l କିନ୍ତୁ ଚୁପ୍ ବସିଥିଲେ ଅବକାରୀ ବିଭାଗ ଓ ପୁଲିସ। ଜଣେ ମହିଳା ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ଏହି ବ୍ୟବସାୟ ଚଳାଇଥିବା ବେଳେ ପୁଲିସ୍‌ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ l

Balangir Raid Cough Syrup Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe