Late Mamita Meher
ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ମମିତାଙ୍କ ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା।
ପରିବାରର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର। ଆଉ ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ପୀଡ଼ିତ ଯୋଜନା ସହାୟତା କମିଟି ବୈଠକରେ ମମିତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଜିଲ୍ଲା ନ୍ୟାୟାଧୀଶ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁଶଳକର, ସିଡିଏମଓ ପ୍ରଦୀପ ଗୁରୁ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ମୋଟ ୨୬ଟି ଦରଖାସ୍ତକୁ ବିଚାରକୁ ନିଆଯାଇଥିଲା। ସେଥିମଧ୍ୟରୁ ୧୩ଟି ଦରଖାସ୍ତକୁ ଯୋଗ୍ୟ ବିବେଚନା କରାଯାଇଥିଲା ଏବଂ ମୋଟ ୨୨ ଲକ୍ଷ ୭୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ମଞ୍ଜୁର କରାଯାଇଥିଲା।
ଏହି ୨୨ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ମୃତ ମମିତା ମେହେରଙ୍କ ପରିବାରକୁ ଦେବା ପାଇଁ ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କ ପ୍ରଦାନ କରାଯିବ। ମାମଲାର ବିଚାର ସରିବା ପରେ ଆଉ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ମମିତା ମେହରଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି ଯେ ସହାୟତା ରାଶି କମ୍ ଅଛି। ଆଗାମୀ ଦିନରେ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ମୃତ ମମିତାଙ୍କ ପରିବାରକୁ ସାହାଯ୍ୟ କରାଯାଉ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1682073770.jpg)