Advertisment

ପେଟ୍ରୋଲ ପମ୍ପରେ ଚାଲିଥିଲା ମଦବେପାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ମହାମାରୀ ସମୟରେ ବେଆଇନ୍ ମଦ ବିକ୍ରି ଖୁବ୍ ବଢ଼ିଛି। ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସହିତ ଲୁଚାଛୁପାରେ ମଦ ବିକ୍ରି ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ। ଗାଁ ପାଖରେ ଥିବା ଲାଠୋର ଜଗନ୍ନାଥ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପରେ ବିଦେଶୀ ମଦ ବିକ୍ରୀ ହେଉଥିବା ନେଇ ଖବର […]

ଅଦ୍ୟତନ ହୋଇଛି
ପେଟ୍ରୋଲ ପମ୍ପରେ ଚାଲିଥିଲା ମଦବେପାର

alcohol

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ମହାମାରୀ ସମୟରେ ବେଆଇନ୍ ମଦ ବିକ୍ରି ଖୁବ୍ ବଢ଼ିଛି। ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସହିତ ଲୁଚାଛୁପାରେ ମଦ ବିକ୍ରି ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ।

Advertisment

ଗାଁ ପାଖରେ ଥିବା ଲାଠୋର ଜଗନ୍ନାଥ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପରେ ବିଦେଶୀ ମଦ ବିକ୍ରୀ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ। ଯାହା ପରେ ଅବକାରୀ ବିଭାଗ ଉକ୍ତ ପେଟ୍ରୋଲ ପମ୍ପରେ ଚଢ଼ାଉ କରିଛି। ବଲାଙ୍ଗିର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଏବଂ ପାଟଣାଗଡ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଥିଲା।

ଅବକାରୀ ବିଭାଗ ସେଠାରୁ ୮ ପେଟି ବିଅର ଏବଂ ବିଦେଶୀ ମଦ ଜବତ କରିଛି। ପେଟ୍ରୋଲ ପମ୍ପର ମାଲିକଙ୍କର ପାଇକମାଳରେ ଏକ ବିଦେଶୀ ମଦ ଦୋକାନ ରହିଛି। ତେଣୁ ସେଠାରୁ ମଦ ଆଣି ପେଟ୍ରୋଲ ପମ୍ପରେ ବେଆଇନ ଭାବେ ବିକ୍ରି କରୁଥିବା ଅନୁମାନ କରାଯାଉଛି। ଅବକାରୀ ବିଭାଗ ପେଟ୍ରୋଲ ପମ୍ପର ମ୍ୟାନେଜର ଜଗତରାମ ବାଗଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe