Advertisment

କାଲି ନୂଆଁଖାଇ, ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ହେଲେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସିଙ୍ଗଳପଡା ସ୍ଥିତ ଶ୍ୟାମ କାଳି ମନ୍ଦିରରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆସିଛି। ଗୁରୁବାର ବିଳମ୍ବିତ ମନ୍ଦିରରୁ ରାତିରେ ସୁନା ପଦକ, ରୁପାର ପାଉଁଜି, ରୁପାର ଖଡୁ ଓ ଲକ୍ଷାଧିକ ଟଙ୍କା ଥିବା ଦାନ ବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମନ୍ଦିରର ପୂଜକ କଣ୍ଟାବାଞ୍ଜି […]

କାଲି ନୂଆଁଖାଇ, ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି!

kantabanji

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ହେଲେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସିଙ୍ଗଳପଡା ସ୍ଥିତ ଶ୍ୟାମ କାଳି ମନ୍ଦିରରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆସିଛି। ଗୁରୁବାର ବିଳମ୍ବିତ ମନ୍ଦିରରୁ ରାତିରେ ସୁନା ପଦକ, ରୁପାର ପାଉଁଜି, ରୁପାର ଖଡୁ ଓ ଲକ୍ଷାଧିକ ଟଙ୍କା ଥିବା ଦାନ ବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମନ୍ଦିରର ପୂଜକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଆସନ୍ତା କାଲି ନୂଆଁଖାଇ ପର୍ବ ଥିବାରୁ ଲୋକେ ପର୍ବ ପାଳନ ପାଇଁ ନିଜ ନିଜ ଭିତରେ ସଜବାଜ ହେଉଛନ୍ତି। ଠିକ୍ ଏହି ସମୟରେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଚୋର ମାନେ କାଳି ମନ୍ଦିରରୁ ଚୋରି କରିଥିଲେ।

ତେବେ ଆଜି ସକାଳୁ ସକାଳୁ ମନ୍ଦିରର ପୂଜକ ଯେତେବେଳେ ମନ୍ଦିରକୁ ପୂଜା କରିବାକୁ ଆସିଲେ। ଦେଖିଲେ ମନ୍ଦିରରୁ ଅଳଙ୍କାର ଓ ଚୋରି ହୋଇଯାଇଛି। ପୂଜକ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁସାରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe