ଆପାଚିରେ ଆସିଲେ, ଘର ଆଗରୁ ଝାମ୍ପିନେଲେ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ। ବାଇକରେ ଆସି ଝାମ୍ପି ନେଲେ। ତା’ ପୁଣି ଦିନ ଦ୍ୱିପହରରେ। ଲୁଟେରାଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଦିନ ଦ୍ୱିପହରରେ ସହରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ତିନି ଲକ୍ଷ ଲୁଟି ନେଇଗଲେ ଲୁଟେରା। ସହରର କିଶନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିଲେ। ତେବେ ଲୁଟେରା ମାନେ […]

loot

loot

Ranjit Kumar Jena
  • Published: Friday, 01 October 2021
  • Updated: 01 October 2021, 05:55 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ। ବାଇକରେ ଆସି ଝାମ୍ପି ନେଲେ। ତା’ ପୁଣି ଦିନ ଦ୍ୱିପହରରେ। ଲୁଟେରାଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଦିନ ଦ୍ୱିପହରରେ ସହରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ତିନି ଲକ୍ଷ ଲୁଟି ନେଇଗଲେ ଲୁଟେରା।

ସହରର କିଶନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିଲେ। ତେବେ ଲୁଟେରା ମାନେ ପୂର୍ବରୁ ବ୍ୟବସାୟୀଙ୍କୁ ପିଛା କରିଥିଲେ। ଠିକ୍ ଏହି ସମୟରେ ଲୁଟେରା ମାନେ ଘର ଆଗରୁ ଟଙ୍କା ଥିବା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ।

ଏ ନେଇ ବ୍ୟବସାୟୀ ଜଣକ କଣ୍ଟାବାଞ୍ଜିରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କଣ୍ଟାବାଞ୍ଜି ପୁଲିସର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ଆପାଚି ବାଇକରେ ଆସିଥିଲେ। ସେହିପରି ଅନ୍ୟ ଏକ ବାଇକ୍‌ରେ ଚାରି ଜଣ ଲୁଟେରା ଏହି ଘଟଣାରେ ସଂପୃକ୍ତି ଥିବା ଜଣାପଡିଛି। ଘଟଣାକୁ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos