Advertisment

ଆପାଚିରେ ଆସିଲେ, ଘର ଆଗରୁ ଝାମ୍ପିନେଲେ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ। ବାଇକରେ ଆସି ଝାମ୍ପି ନେଲେ। ତା’ ପୁଣି ଦିନ ଦ୍ୱିପହରରେ। ଲୁଟେରାଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଦିନ ଦ୍ୱିପହରରେ ସହରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ତିନି ଲକ୍ଷ ଲୁଟି ନେଇଗଲେ ଲୁଟେରା। ସହରର କିଶନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିଲେ। ତେବେ ଲୁଟେରା ମାନେ […]

ଅଦ୍ୟତନ ହୋଇଛି
ଆପାଚିରେ ଆସିଲେ, ଘର ଆଗରୁ ଝାମ୍ପିନେଲେ

loot

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ। ବାଇକରେ ଆସି ଝାମ୍ପି ନେଲେ। ତା’ ପୁଣି ଦିନ ଦ୍ୱିପହରରେ। ଲୁଟେରାଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଦିନ ଦ୍ୱିପହରରେ ସହରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ତିନି ଲକ୍ଷ ଲୁଟି ନେଇଗଲେ ଲୁଟେରା।

Advertisment

ସହରର କିଶନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିଲେ। ତେବେ ଲୁଟେରା ମାନେ ପୂର୍ବରୁ ବ୍ୟବସାୟୀଙ୍କୁ ପିଛା କରିଥିଲେ। ଠିକ୍ ଏହି ସମୟରେ ଲୁଟେରା ମାନେ ଘର ଆଗରୁ ଟଙ୍କା ଥିବା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ।

ଏ ନେଇ ବ୍ୟବସାୟୀ ଜଣକ କଣ୍ଟାବାଞ୍ଜିରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କଣ୍ଟାବାଞ୍ଜି ପୁଲିସର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ଆପାଚି ବାଇକରେ ଆସିଥିଲେ। ସେହିପରି ଅନ୍ୟ ଏକ ବାଇକ୍‌ରେ ଚାରି ଜଣ ଲୁଟେରା ଏହି ଘଟଣାରେ ସଂପୃକ୍ତି ଥିବା ଜଣାପଡିଛି। ଘଟଣାକୁ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe