Advertisment

ଦୁଇ ବର୍ଷ ଧରି ପ୍ରେମ କରୁଥିଲେ, କାଜୁ ଜଙ୍ଗଲରେ ବିଷ ପିଇଦେଲେ

ବିଷ ପିଇବା ପରେ ଉଭୟ ଗୁରୁତର ହୋଇ କାଜୁ ବଗିଚାରେ ପଡ଼ିଥିଲେ। ସନ୍ଧ୍ୟା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ତୁଷୁରା ହସ୍ପିଟାଲରେ ଭର୍ତ୍ତି କରିଥିଲା।

Love Bird

Love Bird

Advertisment

ଦୁଇ ବର୍ଷ ଧରି ପ୍ରେମ କରୁଥିଲେ। ହେଲେ କାଜୁ ଜଙ୍ଗଲରେ ବିଷ ପିଇ ଦେଲେ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୋମବାର ପ୍ରେମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ତେବେ କ’ଣ ପାଇଁ ବିଷ ପିଇବାକୁ ଚରମ ନିଷ୍ପତ୍ତି ନେଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ସଇଁତଳା ଥାନା କେଛୋମୁହାଣ ଗାଁର ମନିଷା ଭୋଇ ତୁଷୁରା ଥାନା ମାଢେକେଲା ଗାଁରେ ନିଜ ମାମୁ ଘରେ ରହି ଯୁକ୍ତ ତିନିରେ ପାଠ ପଢୁଥିଲେ। କଲେଜରେ ପଢ଼ୁଥିବା ବେଳେ ସେ ଦୁଇ ବର୍ଷ ଧରି ମାଢ଼େକେଲା ଗାଁର ରାଜକୁମାର ବାଗଙ୍କୁ ପ୍ରେମ କରୁଥିଲେ। ରାଜକୁମାର ମଧ୍ୟ ମନିଷାଙ୍କୁ ଭଲ ପାଉଥିଲେ। ବାହା ହୋଇ ଘର ସଂସାର ଗଢ଼ିବାର ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ହଠାତ୍‌ ଏମିତି କ’ଣ ହେଲା ଯେ ନେଲେ ଚରମ ନିଷ୍ପତ୍ତି। ସୋମବାର କଲେଜରୁ ଫେରିବା ବାଟରେ ସ୍ଥାନୀୟ କାଜୁ ବଗିଚାରେ ମନିଷା ଓ ରାଜକୁମାର ବିଷ ପିଇ ଦେଇଥିଲେ।

ବିଷ ପିଇବା ପରେ ଉଭୟ ଗୁରୁତର ହୋଇ କାଜୁ ବଗିଚାରେ ପଡ଼ିଥିଲେ। ସନ୍ଧ୍ୟା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ତୁଷୁରା ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ରାଜକୁମାରଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସେପଟେ ପ୍ରେମିକା ମନିଷାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମନିଷାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତୁଷୁରା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପ୍ରେମରେ ପରିବାର ଲୋକେ ବାଧକ ସାଜିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Love Balangir Crime Balangir Love Birds Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe