Advertisment

ରାତି ୨ଟାରେ ପୋଖରୀ କୂଳକୁ ଧାଇଁ ଆସିଥିଲେ ପ୍ରେମିକା...

ସୋମବାର ବିଳମ୍ୱିତ ରାତି ଅର୍ଥାତ ପ୍ରାୟ ଦୁଇଟା ବେଳେ କନ୍ଧପାଳି ପଡା ପୋଖରୀ ନିକଟରେ ମଧୂଙ୍କୁ ଭେଟିଥିଲେ ଦାସ। ଅନ୍ଧାରର ସୁଯୋଗ ନେଇ ମଧୂଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଥିଲା ଦାସ! ହେଲେ ଏଥିରେ ରାଜି ହୋଇନଥିଲା ମଧୂ!

Love

Love

Advertisment

ରାତି ପ୍ରାୟ ଦୁଇଟା ହେବ! କଥାବାର୍ତ୍ତା ଛଳରେ ପ୍ରେମିକାକୁ ଡାକିଥିଲା। ପ୍ରେମିକଠାରୁ ଡାକରା ପାଇ ପୋଖରୀ କୂଳକୁ ଧାଇଁ ଆସିଥିଲା ପ୍ରେମିକା। ଆଉ ଅନ୍ଧାରର ସୁଯୋଗ ନେଇ ଶାରୀରିକକ ସମ୍ପର୍କ ରଖିବାକୁ ଚାହିଁଥିଲା ହତାସିଆ ପ୍ରେମିକ! ହେଲେ ଏଥିରେ ପ୍ରେମିକା ରାଜି ନହେବାରୁ ଛୁରୀ ଭୁସି ଦେଲା ପ୍ରେମିକ। ସୋମବାର ରାତିରେ ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି।

Advertisment

ସଦେଇପାଲି ଗାଁର ଦାସ ବାଗ। ପେଶାରେ ଜଣେ ଡ୍ରାଇଭ। ସେ ମଧୂଙ୍କୁ(ଛଦ୍ମନାମ) ପ୍ରେମ କରୁଥିଲେ। ମଧୂ ମଧ୍ୟ ଭଲ ପାଉଥିଲେ। ଦାସ ବାଗ ବିବାହିତ ଜାଣି ମଧ୍ୟ ସେ ପ୍ରେମ କରୁଥିଲେ। ଯେଉଁଥିପାଇଁ ଦୁହିଁଙ୍କ ଭିତରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ। ଲୁଚା ଛପାରେ ଦୁହେଁ ଲେଖୁଥିଲେ ନୂଆ ନୂଆ ପ୍ରେମ କାହାଣୀ।

ସୋମବାର ବିଳମ୍ୱିତ ରାତି ଅର୍ଥାତ ପ୍ରାୟ ଦୁଇଟା ବେଳେ କନ୍ଧପାଳି ପଡା ପୋଖରୀ ନିକଟରେ ମଧୂଙ୍କୁ ଭେଟିଥିଲେ ଦାସ। ଅନ୍ଧାରର ସୁଯୋଗ ନେଇ ମଧୂଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଥିଲା ଦାସ! ହେଲେ ଏଥିରେ ରାଜି ହୋଇନଥିଲା ମଧୂ! ଯେଉଁଥିପାଇଁ ଉଭୟଙ୍କ ଭିତରେ ପାଟିତୁଣ୍ଡ ଓ ତୁତୁ ମେମେ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛୁରୀରେ ମଧୂଙ୍କୁ ଆକ୍ରମଣ କରିଥିଲା ପ୍ରେମିକ ଦାସ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାକୁ ଛାଡି ଫେରାର ମାରିଥିଲା ପ୍ରେମିକ।

Advertisment

ଆଜି ସକାଳେ ଗାଁ ଲୋକଙ୍କଠାରୁ ଖବର ପାଇ ପ୍ରେମିକାଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ଦାସ ବାଗକୁ ଗିରଫ କରିଛି ଟାଉନ ଥାନା ପୁଲିସ।

ଛୁରୀ ମାଡ଼କୁ ନେଇ ଦାସ କହିଛି, ବାହାହେବାକୁ ବାଧ୍ୟ କରୁଥିଲା। ବ୍ଲାକମେଲ କରିବାରୁ ଛୁରା ମାଡ କରିଦେଲି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Love Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe