Advertisment

ରିଲେସନ୍‌ ରଖିବାକୁ ମନା କଲା ପ୍ରେମିକା, ଚୋଟ ମାରିଲା ପ୍ରେମିକ

ଗତ ସୋମବାର ରାତିରେ କନ୍ଧପାଳି ପଡା ପୋଖରୀ ନିକଟରେ ଦୁହେଁ ଲୁଚାଛପାରେ ଭେଟ କରିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ କଥା ଉଗ୍ର ରୂପ ନେଇଥିଲା।

author-image
Niharika Rout
Betray in Relation

Betray in Relation

ଚୋରା ପୀରତିର ପରିଣତି ଭୟଙ୍କର ହେଲା। ଲୁଚାଛପାରେ ଚାଲିଥିବା ପ୍ରେମ ଶେଷରେ ଉଗ୍ର ରୂପ ନେଲା। ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକ ବାଧ୍ୟ କରୁଥିବା ବେଳେ ପ୍ରେମିକା କିନ୍ତୁ ରାଜି ହୋଇ ନ ଥିଲା। ଶେଷରେ ହିତାହିତ ଜ୍ଞାନ ହରାଇ ବସି ପ୍ରେମିକା ଶରୀରକୁ ଚୋଟ ପରେ ଚୋଟ ମାରି ଚାଲିଲା ପ୍ରେମିକ । ପ୍ରେମିକା ଏବେ ମେଡିକାଲ ବେଡରେ ଛଟପଟ ହେଉଥିବା ବେଳେ ପ୍ରେମିକକୁ ବାନ୍ଧିଛି ପୁଲିସ୍ । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ସଦେଇପାଲି ଗାଁରେ ଘଟିଛି।

Advertisment

ସଦେଇପାଲି ଗାଁର ଦାସ ବାଗର ଡ୍ରାଇଭର ଭାବେ କାମ କରୁଥିବା ବେଳେ ପୂର୍ବରୁ ବିବାହିତ। ହେଲେ ତାଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦାସ ବାଗ ବିବାହିତ ଜାଣି ମଧ୍ୟ ଉଭୟଙ୍କ ସମ୍ପର୍କ ଖୁବ୍‌ ଆଗକୁ ବଢ଼ି ଯାଇଥିଲା।

ଗତ ସୋମବାର ରାତିରେ କନ୍ଧପାଳି ପଡା ପୋଖରୀ ନିକଟରେ ଦୁହେଁ ଲୁଚାଛପାରେ ଭେଟ କରିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ କଥା ଉଗ୍ର ରୂପ ନେଇଥିଲା।

Advertisment

ଦାସ ବାଗର ନିଜ ପାଖରେ ଥିବା ଏକ ଛୋଟ ଛୁରୀରେ ପ୍ରେମିକଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଦାସ ବାଗ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ପୀଡ଼ିତା ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ କିନ୍ତୁ ଏହାକୁ ମନା କରିଛନ୍ତି। ଅନ୍ୟପଟେ ତଦନ୍ତ ଚାଲିଥିବାରୁ କିଛି କହିବାକୁ ମନା କରିଛି ପୁଲିସ୍‌।

Betrayal In Love Balangir Love Betrayal