Advertisment

ଫିଲ୍ମ ଷ୍ଟାଇଲ୍‌ରେ ପାଣି ଟାଙ୍କି ଉପରେ ଚଢ଼ିଗଲେ ପ୍ରେମିକ, ହେଲେ ଫୋନ୍‌ ଉଠାଇଲେନି ପ୍ରେମିକା

ପ୍ରେମିକାଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ। ସେଥିପାଇଁ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ନିଜ ଗାଁରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Balangir

Balangir

Advertisment

ଫିଲ୍ମ ଷ୍ଟାଇଲ୍‌ରେ ଆତ୍ମହତ୍ୟା ଉଦ୍ୟମ। ପାଣି ଟାଙ୍କି ଉପରକୁ ଚଢ଼ାଗଲେ। ଆଉ ପ୍ରେମିକା ପାଖକୁ ଭିଡିଓ କଲ୍‌ କଲେ। ହେଲେ ପ୍ରେମିକା ଫୋନ୍‌ ଉଠାଇଲେ ନାହିଁ। ଯେଉଁଥିପାଇଁ ହତାସିଆ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ୟାର ଫିଲ୍ମ ଫ୍ଲପ୍‌ ହୋଇଛି। ଏପରି ଲଭ୍‌ ଷ୍ଟୋରୀକୁ ନେଇ ବଲାଙ୍ଗିର ଜିଲ୍ଲାରେ ବେଶ୍‌ ଚର୍ଚ୍ଚା ହେଉଛି।

Advertisment

ପୂରା ଘଟଣା ଏମିତି। କୁଠୁର୍ଲା ଗାଁର ଲଭର ବଏ ପିଣ୍ଟୁ ହରପାଳ। ସେ ବଲାଙ୍ଗିର ସହରର ଜଣେ ଝିଅକୁ ଭଲ ପାଉଥିଲେ। କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା। ସେଥିପାଇଁ ପିଣ୍ଟୁଙ୍କ ସହିତ ତାଙ୍କ ପ୍ରେମିକା କଥା ହେଉନଥିଲେ। ତାଙ୍କ ଫୋନ୍‌ ଉଠାଉନଥିଲେ। ତାଙ୍କ ଗାଁକୁ ଗଲେ ମଧ୍ୟ ଦେଖାଦେଉନଥିବା ଆଲୋଚନା ହେଉଥିଲା।

ପ୍ରେମିକାଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ। ସେଥିପାଇଁ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ନିଜ ଗାଁରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ସାଥୀରେ କିଛି ଟାବ୍‌ଲେଟ୍‌ ନେଇଥିଲା। ପାଣି ଟାଙ୍କି ଉପରକୁ ଚଢ଼ି ପିଣ୍ଟୁ ପ୍ରଥମେ ନିଜ ପ୍ରେମିକାଙ୍କ ପାଖକୁ ଭିଡିଓ କଲ୍‌ କରିଥିଲେ। ପ୍ରେମିକାଙ୍କ ଆଗରେ ମରିବାକୁ ଚାହୁଁଥିଲେ। ହେଲେ ପ୍ରେମିକା ଫୋନ୍‌ ରିସିଭ୍‌ କରିନଥିଲେ। ଗାଁ ଲୋକେ ପିଣ୍ଟୁର ଏ ବାଚଳାମି ଦେଖି ତଳକୁ ଓହ୍ଲାଇବାକୁ ଡାକିଥିଲେ। ମାତ୍ର ସେ ତଳକୁ ଓହ୍ଲାଇ ନଥିଲେ। ପରେ ଗାଁ ଲୋକ ଦେଓଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ।

Advertisment

ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ପିଣ୍ଟୁକୁ ତଳକୁ ଆସିବା ପାଇଁ କହିଥିଲେ। ମାତ୍ର ସେ କିଛି ଶୁଣିନଥିଲେ। ଶେଷରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ତଳକୁ ଓହ୍ଲାଇବା ପାଇଁ ପାଣିଟାଙ୍କି ଉପରକୁ ଚଢ଼ିଥିଲେ। ଏହା ଦେଖି ପିଣ୍ଟୁ ନିଜ ପାଖରେ ରଖିଥିବା ଟାବ୍‌ଲେଟ୍‌ ଖାଇ ଦେଇଥିଲେ। ତା’ପରେ ସେଠାରେ ଚେତା ହରାଇ ପଡ଼ି ଯାଇଥିଲେ। ଏହା ପରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଦେଓଗାଁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Balangir Love Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe