Advertisment

ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି। ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା। ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି। Prime accused in sindhikela ps case has been apprehended.He absconded from Police custody earlier.@DGPOdisha pic.twitter.com/jlbj9wFEXn — Balangir Police […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ

govind-arrests

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି। ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା। ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି।

Advertisment

https://twitter.com/spbalangir/status/1450427098393284611?s=20

ଶିକ୍ଷୟିତ୍ରୀ ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ତତ୍ପର ହୋଇଥିଲା ସିନ୍ଧେଇକେଲା ପୁଲିସ୍। ଆଉ ୧୪ ତାରିଖରେ ପୁଲିସ୍ ଗୋବିନ୍ଦକୁ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା। ତେବେ ସୋମବାର ହାତ ଧୋଇବା ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ।

ପୁଲିସ୍ କବଜାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳିଯାଇଥିଲା। ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ମଧ୍ୟ ହୋଇଥିଲା। ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା। ତଥାପି ଗୋବିନ୍ଦ ପୁଲିସ୍ ଜାଲରେ ପଡ଼ିନଥିଲା। ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୁଲିସ୍ ପୁରସ୍କାର ରାଶିର ଘୋଷଣା କରିଥିଲା। ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୁଲିସ।

Advertisment

ଏହି ଘୋଷଣାର କିଛି ସମୟ ପରେ ପୁଲିସ କବଜାକୁ ଆସିଛି ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ। ସେ ଏକ ଆଖୁବାଡ଼ିରେ ଲୁଚିଥିବା ଗାଁ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତାକୁ ଧରିଛି। ପୁଲିସ୍ ତା’ ଠାରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ତଥ୍ୟ ହାସଲ କରିବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ସୋମବାର ପୁଲିସ୍ ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା। ଆଉ ପାଇଥିଲେ ଏକ ପୋଡ଼ା ଯାଇଥିବା ମୃତଦେହ। ଏଥିସହ ପାଉଁଜି, ସୁନା ଚେନ୍‌ ଓ ବ୍ୟାଗ ମିଳିଥିଲା। ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍‌ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ହେଲେ ଦୁର୍ଭାଗ୍ୟକୁ ତା’ପୂର୍ବରୁ ସବୁ ପ୍ରକାର ଖେଳ ଖତମ ହୋଇଗଲା।

Mamita Meher Murder Case