Advertisment

ମମିତା ମାମଲାରେ ଦାଖଲା ହେଲା ଚାର୍ଜଶିଟ୍

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜଶିଟ୍। ବଲାଙ୍ଗିର ପୁଲିସ୍ ଆଜି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ଡ୍ରାଇଭର ରାଧେ ନାଁ ରହିଛି। ଆସନ୍ତା ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ ତାରିଖକୁ ୧୨୦ ଦିନ ପୂରିଥାନ୍ତା। ତେଣୁ ତା ପୂର୍ବରୁ ପୁଲିସ୍ ଚାର୍ଜଶିଟ୍ […]

ଅଦ୍ୟତନ ହୋଇଛି
ମମିତାଙ୍କୁ ପୋଡ଼ିବାକୁ ବିବେକଠାରୁ ଟାୟାର ଆଣିଥିଲା ଗୋବିନ୍ଦ

Gobinda-and-Mamita

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜଶିଟ୍। ବଲାଙ୍ଗିର ପୁଲିସ୍ ଆଜି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା' ଡ୍ରାଇଭର ରାଧେ ନାଁ ରହିଛି। ଆସନ୍ତା ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ ତାରିଖକୁ ୧୨୦ ଦିନ ପୂରିଥାନ୍ତା। ତେଣୁ ତା ପୂର୍ବରୁ ପୁଲିସ୍ ଚାର୍ଜଶିଟ୍ ଦାଖଲ କରିଛି।

Advertisment

କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇଥିଲା। ତେବେ ମହାଲିଙ୍ଗ କଲେଜ୍ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା।

ଗୋବିନ୍ଦକୁ ଜେରା ବେଳେ ସେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହା ପରେ ହତ୍ୟାକାଣ୍ଡର ପୂରା କାହାଣୀ ପଦାକୁ ଆସିଥିଲା। ଗୋବିନ୍ଦର ରଙ୍ଗିଲା ପ୍ରେମ କାହାଣୀ ପ୍ରଘଟ ହୋଇଯିବା ଭୟରେ ମମିତାକୁ ସେ ନିଜ କାର୍ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ପୋଡ଼ି ନିଜେ ନିର୍ମାଣ କରୁଥିବା ଷ୍ଟାଡିୟମରେ ଗାତ ଖୋଳି ପୋତି ଦେଇଥିଲା।

Advertisment

ଏହି ଘଟଣା ପରେ ରାଜନୀତି ମଧ୍ୟ ତେଜିଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ସଂପର୍କ ଓ ମନ୍ତ୍ରୀ ବାରମ୍ବାର ଉକ୍ତ ସ୍କୁଲକୁ ଯାଉଥିବା ଅଭିଯୋଗର ତଦନ୍ତ ଦାବି କରି ଆଜି ପର୍ଯ୍ୟନ୍ତ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏମିତିକି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିରୋଧୀଙ୍କ ଶାଣିତ ଅଭିମୁଖ୍ୟ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe