Advertisment

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ

ଖପ୍ରାଖୋଲ ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ବାଟରେ ମାରୁତି ଭ୍ୟାନକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ରୁଦ୍ରଙ୍କ ମୃତଦେହ ଭ୍ୟାନ ଭିତରୁ ପାଇଥିଲା।

ଅଦ୍ୟତନ ହୋଇଛି
police station

police station

Advertisment

ଜ୍ୱାଇଁଙ୍କୁ ଶ୍ୱଶୁରଘର ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଶବକୁ ଅଖାବସ୍ତାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା ସମୟରେ କାବୁ କଲା ପୁଲିସ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରୁଦ୍ର ମେହେର। ତାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁରେ।

Advertisment

ରୁଦ୍ର ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ଲାଗି ରହିଥିଲା। ତେଣୁ ନିଜ ବାପ ଘରକୁ ଚାଲି ଆସିଥିଲେ ସରୋଜିନୀ। ସରୋଜିନୀକୁ ଘରକୁ ନେବା ପାଇଁ ଗତକାଲି ଶ୍ୱଶୁରଘରକୁ ଆସିଥିଲେ ରୁଦ୍ର। ରାତିରେ କୌଣସି କାରଣକୁ ନେଇ ଶ୍ୱଶୁରଘର ଲୋକଙ୍କ ସହିତ ରୁଦ୍ରଙ୍କର ବଚସା ହୋଇଥିଲା। ହଠାତ୍  ରାଗିଯାଇ ଶ୍ୱଶୁରଘର ଲୋକେ ରୁଦ୍ରକୁ ପିଟି ପିଟି ମାରିଦେଇଥିଲେ। ହତ୍ୟା ପରେ ଏକ ଅଖା ବସ୍ତାରେ ଜ୍ୱାଇଁର ମୃତଦେହକୁ ଭର୍ତ୍ତି କରି ଏକ ମାରୁତି ଭ୍ୟାନରେ ଲୋଡ଼ କରିପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିଲେ।

ଖପ୍ରାଖୋଲ ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ବାଟରେ ମାରୁତି ଭ୍ୟାନକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ରୁଦ୍ରଙ୍କ ମୃତଦେହ ପୁଲିସ ଭ୍ୟାନ ଭିତରୁ ପାଇଥିଲା। ପୁଲିସ ରୁଦ୍ରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ କିଛି ଲୋକଙ୍କୁ ଅଟକ ରଖି ଖପ୍ରାଖୋଲ ପୁଲିସ ପଚରାଉଚରା କରୁଛି।

Advertisment
Murder Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe