Advertisment

ସ୍ତ୍ରୀର ମୃତ୍ୟୁକୁ ସହିପାରିଲେନି ସ୍ୱାମୀ, ଆତ୍ମହତ୍ୟା କଲେ!

ଗୋଧମ ଓ ଚନ୍ଦ୍ରକଳାଙ୍କର ଜଣେ ୧୪ ବର୍ଷର ଝିଅ ଅଛନ୍ତି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ସ୍ତ୍ରୀଙ୍କ ମୃତ୍ୟୁରେ ଜଣେ ବ୍ୟକ୍ତି ଏତେ ଭାଙ୍ଗିପଡ଼ିଥିଲେ ଯେ ମାତ୍ର କେଇ ଘଣ୍ଟା ଭିତରେ ଆତ୍ମହତ୍ୟା କରି ଦେଇଥିଲେ। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିରି ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବରି ଗାଁରୁ।

Advertisment

ଗାଁର ୪୫ ବର୍ଷୀୟ ଗୋଧମ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ ଦୀର୍ଘଦିନ ହେବ କିଡ୍‌ନୀ ରୋଗରେ ପଡ଼ିଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ଗୋଧମ।। ହେଲେ ସ୍ତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲେ। ଗତକାଲି ସନ୍ଧ୍ୟା ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ଚନ୍ଦ୍ରକଳା।

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଗୋଧମ।। ‘ସେ ମୋତେ ଛାଡ଼ିଗଲା ଚାଲିଗଲା, ମୁଁ ଆଉ କାହିଁକି ବଞ୍ଚିବି’ କହି ସେ ଖାଲି ଝୁରି ହେଉଥିଲେ। ସ୍ତ୍ରୀଙ୍କ ଶେଷକୃତ୍ୟ ସଂପନ୍ନ ହେବା ପୂର୍ବରୁ ଗୋଧମ କୁଆଡ଼େ ନିଖୋଜ ହୋଇଯାଇଥିଲେ। ଆଉ ଆଜି ସକାଳେ ଗାଁ ନିକଟସ୍ଥ ଜଙ୍ଗଲରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ଗାଁ ଲୋକେ ତାଙ୍କ ମୃତଦେହ ଠାବ କରିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ଛାନଭିନ କରିଛନ୍ତି। ପୁଲିସର ତଦନ୍ତ ଜାରି ରହିଛି।  

Advertisment

ଗୋଧମ ଓ ଚନ୍ଦ୍ରକଳାଙ୍କର ୧୪ ବର୍ଷର ଝିଅ ଅଛନ୍ତି। ଉଭୟ ବାପାମା’ଙ୍କ ମୃତ୍ୟୁରେ ସେ ଭାଙ୍ଗି ପଡ଼ିଛି। 

Balangir Deadbody , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe