Advertisment

ମୋବାଇଲ ଦେଖିବାକୁ ଦେଲାନି ବୋଲି ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଗତ ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ୱର ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଯାହା ପାଇଁ ହାତରେ ଶଙ୍ଖା ପିନ୍ଧୁଥିଲେ ଓ ମୁଣ୍ଡରେ ସିନ୍ଦୂର ଲଗାଉଥିଲେ, ଯାହା ସହ ସାତ ଜନମର ସାଥୀ ହୋଇ ରହିବା ପାଇଁ କଥା ଦେଇଥିଲେ, ତାଙ୍କୁ ସାମାନ୍ୟ ମୋବାଇଲ ପାଇଁ ପନିକିରେ ହାଣି ଦେଲେ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରୁ ଆସିଛି ଏମିତି ଏକ ଅଭିଯୋଗ। ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।  

Advertisment

ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ଼ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ବର୍ଷର ଝିଅଟିଏ ମଧ୍ୟ ଅଛି। ମଝିରେ ମଝିରେ ସ୍ୱାମୀସ୍ତ୍ରୀଙ୍କ ଭିତରେ କଳି ଝଗଡ଼ା ହୁଏ। 

ଗତ ଶନିବାର ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଈଶ୍ୱରୀ ସ୍ୱାମୀ ଗଣେଶ୍ୱରଙ୍କୁ ମୋବାଇଲ ଦେଖିବାକୁ ମାଗିଥିଲେ। କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇ ନଥିଲେ ଗଣେଶ୍ୱର। ଫଳରେ ରାଗି ଯାଇଥିଲେ ଈଶ୍ୱରୀ। ଗତକାଲି ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ଈଶ୍ୱରୀ ପନିକିରେ ତାଙ୍କ ହାଣି ଦେଇଥିଲେ। ଈଶ୍ୱରୀଙ୍କ ପନିକି ଚୋଟରେ ଗଣେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ହାଣି ଦେଇଥିଲେ ଈଶ୍ୱରୀ। ସ୍ୱାମୀଙ୍କୁ ଲହୁଲୁହାଣ କରି ଫେରାର ହୋଇଯାଇଥିଲେ ଈଶ୍ୱରୀ।

Advertisment

ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରିଥିଲେ। ହସପିଟାଲରେ ଥିବାରୁ ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ଗଣେଶ୍ୱର। 

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe