Advertisment

ଭିନ୍ନକ୍ଷମ ଯୁବତୀଙ୍କୁ କରିଥିଲେ ଦୁଷ୍କର୍ମ, ମିଳିଲା ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ଜଣେ ଭିନ୍ନକ୍ଷମ ଯୁବତୀ ଗାଁ ପାଖ ନାଳକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଡୁମେରପଡ଼ା ଗାଁର ରବି ହଂସ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଏତଲା ପରେ ପୁଲିସ ରବି ହଂସକୁ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
Judgment

Judgment

Advertisment

ଦୋଷୀ ସାବ୍ୟସ୍ତ ହେଲା ଦୁଷ୍କର୍ମ ଅଭିଯୁକ୍ତ। ଜେଲ୍‌ ଦଣ୍ଡ ସହ ଜରିମାନା କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ। ୨୦୧୫ ମସିହାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

Advertisment

ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀ ଗାଁ ପାଖ ନାଳକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଡୁମେରପଡ଼ା ଗାଁର ରବି ହଂସ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଏତଲା ପରେ ପୁଲିସ ରବି ହଂସକୁ ଗିରଫ କରିଥିଲା। ସେହି ମାମଲାର ଆଜି ରାୟ ପ୍ରକାଶ ପାଇଛି। କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ମାମଲାକୁ ବିଚାର କରି ଅଭିଯୁକ୍ତ ରବି ସିଂକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ତାଙ୍କୁ ୧୦ ବର୍ଷ ଏକ ମାସ ଜେଲ୍‌ ଦଣ୍ଡାଦେଶ ଓ ୫୧ ହଜାର ଟଙ୍କା ଜରିମାନା କରିଛନ୍ତି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe