Advertisment

ଭୟଙ୍କର ଦୁର୍ଘଟଣା,ବାଇକ୍‌କୁ ଧକ୍କାଦେଇ ନାବାଳିକାଙ୍କୁ ଅଧ କିମି ପର୍ଯ୍ୟନ୍ତ ଟାଣିନେଲା ବସ୍‌

ଆଜି ସକାଳେ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ୍ କରିବା ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ।

ଅଦ୍ୟତନ ହୋଇଛି
Rekha

Rekha

Advertisment

ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ବାଲଙ୍ଗିର ଜିଲ୍ଲାରେ। ଦିଲ୍ଲୀରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଏକ କାର ଧକ୍କା ଦେଇ ୪ କିଲୋମିଟର ଯାଏ ଘୋଷାଡ଼ି ନେବା ଘଟଣା ମନରୁ ନ ଲିଭୁଣୁ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ଏକ ବସ୍‌ ବାଇକ୍‌କୁ ଧକ୍କା ଦେଇ ଜଣେ ନାବାଳିକାଙ୍କୁ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି। ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ନାବାଳିକା ଜଣଙ୍କ ପ୍ରାଣ ହରାଇଛନ୍ତି। ତାଙ୍କ ବାପା ଓ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତ ନାବାଳିକା ଜଣଙ୍କ ହେଲେ ରେଖା ପାଣ୍ଡେ (୧୪)। ତାଙ୍କ ବାପା ବୀଣାପାଣି ପାଣ୍ଡେ ଓ ବଡ଼ ଭଉଣୀ ଶିଖା ପାଣ୍ଡେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ଦୁଇ ଝିଅ ସହିତ ଆଧାରକାର୍ଡ ଅପଡେଟ କରିବା ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ବୀଣାପାଣି ଓ ତାଙ୍କ ଦୁଇ ଝିଅ ବାଇକ ସହ ତଳେ ପଡ଼ିଯାଇଥିଲେ। ପରେ ବସ୍‌ଟି ବୀଣାପାଣିଙ୍କର ସାନ ଝିଅ ରେଖା ପାଣ୍ଡେଙ୍କୁ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ବେପୁରିଆ ବସ୍ ଡ୍ରାଇଭରକୁ ଅଟକ ରଖିଥିଲେ। ଗୁରୁତର ବାପାଝିଅଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଭଙ୍ଗାରୁଜା କରିବା ସହ ମୃତଦେହକୁ ରାସ୍ତାଉପରେ ରଖି ରାସ୍ତାରୋକ କରିଛନ୍ତି। ଏହାସହ ମୃତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୁଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ।

Balangir Road Accident , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe