Advertisment

ମାଲବାହୀ ଟ୍ରେନ ଧକ୍କାରେ କଟିଲା ଯୁବକର ହାତ!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଖରେ ଆଜି ଜଣେ ଯୁବକର ଡାହାଣ ହାତ କଟି ଯାଇ ରେଳ ଲାଇନ ଟ୍ରାକରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗାଁର ଇମ୍ରାନ ହୁସେନ, ଯିଏ କଣ୍ଟାବାଞ୍ଜିର ୧୫ ନମ୍ବର ୱାର୍ଡ ଆଶ୍ରାମପଡା ନିଜ ଶଶୁର ଘରେ ରହୁଥିଲେ। ଆଜି ଇମ୍ରାନ ହୁସେନ ରେଳଷ୍ଟେସନ ପାଖ 169/1-2 ମାଇଲ ଖୁଣ୍ଟ ନିକଟରେ ଏକ ମାଳବାହୀ ଟ୍ରେନ […]

author-image
Ranjit Kumar Jena
ମାଲବାହୀ ଟ୍ରେନ ଧକ୍କାରେ କଟିଲା ଯୁବକର ହାତ!

kantabanji

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଖରେ ଆଜି ଜଣେ ଯୁବକର ଡାହାଣ ହାତ କଟି ଯାଇ ରେଳ ଲାଇନ ଟ୍ରାକରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗାଁର ଇମ୍ରାନ ହୁସେନ, ଯିଏ କଣ୍ଟାବାଞ୍ଜିର ୧୫ ନମ୍ବର ୱାର୍ଡ ଆଶ୍ରାମପଡା ନିଜ ଶଶୁର ଘରେ ରହୁଥିଲେ।

Advertisment

ଆଜି ଇମ୍ରାନ ହୁସେନ ରେଳଷ୍ଟେସନ ପାଖ 169/1-2 ମାଇଲ ଖୁଣ୍ଟ ନିକଟରେ ଏକ ମାଳବାହୀ ଟ୍ରେନ ଧକ୍କା ଦେଇଥିବାର ସନ୍ଦେହ କରାଯାଇଛି। ଯାହା ଫଳରେ ତାଙ୍କର ଡାହାଣ ହାତ କଟିଯାଇଛି, ଘଟଣା ସ୍ଥଳରେ ଅଚେତ ଅବସ୍ଥା ପଡି ରହିଥିଲେ, ପରେ ଷ୍ଟେସନ ମାଷ୍ଟର ଖବର ପାଇ ଆରପିଏଫ ପୁଲିସକୁ ଖବର ଦେଇଥିଲେ। ଆରପିଏଫ ପୁଲିସ ଏସଆଇ ଘଟଣାସ୍ଥଳକୁ ଯାଇ ଇମ୍ରାନକୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଇମ୍ରାନକୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ବଡ଼ ଡାକ୍ତର ଖାନାକୁ ପଠାଇ ଦିଆଯାଇଛି। ଇମ୍ରାନ ଜଣେ ୱେଲଡିଂ ମିସ୍ତ୍ରୀ ଥିଲେ ଓ ନିଜ ଶ୍ୱଶୁର ଘରେ ଆଶ୍ରମପଡାରେ ରହୁଥିବା ଜଣାପଡିଛି। ସେ ଆଜି ସକାଳୁ ନିଶାସକ୍ତ ଅବସ୍ଥାରେ ବୁଲାବୁଲି କରୁଥିବା ବେଳେ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Advertisment