Advertisment

ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଅର୍କେଶ, ଗଡ଼ ଜଗିଛନ୍ତି ଭାଇ ମନ୍ମଥ

ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଜିଲ୍ଲା ରାଜନୀତିରେ ଦିନେ କ୍ଷମତା କେନ୍ଦ୍ର ଥିଲା। ପଟ୍ଟାୟତ ରାଜା ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ରାଜପରିବାରର ଅପ୍ରତିନ୍ଦ୍ୱନ୍ଦ୍ୱୀ ନେତା ଥିଲେ।

BJD

Manmath Vijay Singhdeo

Advertisment

ପତ୍ନୀ ନିର୍ଯାତନା ମାମଲାରେ ଛନ୍ଦି ହୋଇପଡ଼ିଥିବା ଅର୍କେଶ ସିଂହଦେଓଙ୍କ ସ୍ଥାନ ନେବେକି ମଝିଆଁ ଭାଇ ମନ୍ମଥ ବିଜୟ ସିଂହଦେଓ। ଏପରି କହିବାର କାରଣ ହେଉଛି, ବିଜେଡି ଭେଟେରାନ୍‌ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ଜାଗାରେ ଏବେ ଗଡ଼ ଜଗିଛନ୍ତି ମନ୍ମଥ। ଜିଲ୍ଲାର ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି। ସେ କର୍ମୀଙ୍କ ସହ ବୈଠକ କରୁଛନ୍ତି। ବେଳେ ବେଳେ ସାଙ୍ଗରେ ବାପା ଅନଙ୍ଗ ଉଦୟ ସିଂହଦେଓ ବୁଲୁଥିବା ଦେଖିବାକୁ ମିଳୁଛି।

Advertisment

ବଡ଼ କଥା ହେଉଛି ଯେ, ମନ୍ମଥଙ୍କୁ ଯେତେବେଳେ ନିର୍ବାଚନ ଲଢିବା କଥା ପଚରାଯାଇଛି, ସିଧାସଳଖ ନା କରିନାହାନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ ଦେବେ ଆମେ ସମର୍ଥନ କରିବୁ।

ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଜିଲ୍ଲା ରାଜନୀତିରେ ଦିନେ କ୍ଷମତା କେନ୍ଦ୍ର ଥିଲା। ପଟ୍ଟାୟତ ରାଜା ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ରାଜପରିବାରର ଅପ୍ରତିନ୍ଦ୍ୱନ୍ଦ୍ୱୀ ନେତା ଥିଲେ। ଲଗାତର ୫ ଥର ବିଧାୟକ, ରାଜ୍ୟସଭା ସାଂସଦ ଥିଲେ ଅନଙ୍ଗ। ବଡ଼ପୁଅ କଳିକେଶ ନାରାୟଣ ସିଂହଦେଓ ପ୍ରଥମେ ବିଧାୟକ ତା’ପରେ ଦୁଇଥର ସାଂସଦ ହୋଇଥିଲେ। ୨୦୧୯ ମସିହାରେ ଅନଙ୍ଗ ଉଦୟଙ୍କ ଅବସର ପରେ ବଲାଙ୍ଗିର ରାଜନୀତିରେ ପ୍ରବେଶ କରିଥିଲେ ସାନପୁଅ ଅର୍କେଶ। ପ୍ୟାଲେସ୍‌ ହେଉ କି ପ୍ରଚାର, ପାଖେ ପାଖେ ରହୁଥିଲେ ପତ୍ନୀ ଅଦ୍ରିଜା ସିଂହଦେଓ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପୂରା ଆକ୍ଟିଭ ଥିଲେ ଅଦ୍ରିଜା। ହେଲେ ନିକଟରେ ଡେରାଡୁନସ୍ଥିତ ଅର୍କେଶଙ୍କ ଘରେ ଅଦ୍ରିଜାଙ୍କ ପରିବାର ଓ ଅର୍କେଶଙ୍କ ଭିତରେ ପାଟିତୁଣ୍ଡ ଯୋଗୁ, ପଦାରେ ପଡିଥିଲା ରାଜାଘର ଗୁମର କଥା।

Advertisment

ଗତବର୍ଷ ସେପ୍ଟମ୍ବର ୩୦ ତାରିଖରେ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢଶୁର କଳୀକେଶ ଓ ତାଙ୍କ ପତ୍ନୀ ଏବଂ ଅର୍କେଶଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଅଦ୍ରିଜା। ଏବେ ରାଜାଘର କଳି ବାହାରକୁ ଆସିବା ପରେ ମଝିଆ ପୁଅକୁ ରାଜନୀତିକୁ ଆଣିବା ପାଇଁ ଅନଙ୍ଗ କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ବଲାଙ୍ଗିର ସଦର ନିର୍ବାଚନମଣ୍ଡଳୀରେ ସବୁବେଳେ ସିଂହ ଲଢେଇ ହୋଇଥାଏ। ୨୦୧୯ ସାଧାରଣ ନିର୍ବାଚନରେ ନରସିଂହ ମିଶ୍ରଙ୍କଠାରୁ ନିର୍ବାଚନ ହାରିଥିଲେ ଅର୍କେଶ ନାରାୟଣ ସିଂହଦେଓ। ଏବେ ପ୍ରଶ୍ନ ଉଠୁଛି, ଘରୋଇ କଳିରେ ଛନ୍ଦି ହୋଇଥିବା ଅର୍କେଶ ଆଗକୁ ବଲାଙ୍ଗିର ରାଜନୀତିରେ ସକ୍ରିୟ ହେବେ, ନା ତାଙ୍କ ଜାଗା ନେବେ ମଝିଆ ଭାଇ ମନ୍ମଥ?

BjD Balangir Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe