Advertisment

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଢୋଲମାନ୍ଦଲ ପଞ୍ଚlୟତ ଅନ୍ତର୍ଗତ ବରିଆଳି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିବାହିତା ମହିଳା ଖୀର ସଗରିଆ (୩୩)ଙ୍କ ମୃତଦେହକୁ ଉଦ୍ଧାର କରିଛି ତୁରେକେଲା ପୁଲିସ। ମିଳିଥିବା ସୂଚନା ଅନୁସାରେ ତୁରେକେଲା ଥାନା ବରିଆଲି ଗାଁ କଲୋନୀପଡାର ତୁଲାରାମ ସଗରିଆ, ତୁରେକେଲା ଥାନା ଖର୍ଲି ଗାଁ ବିଜମାଲପଡାର ନକୁଳ ଛୁରାଙ୍କ ଝିଅ ଖୀରକୁ ପନ୍ଦର ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ୯ ବର୍ଷର ଝିଅ […]

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

dead-body

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଢୋଲମାନ୍ଦଲ ପଞ୍ଚlୟତ ଅନ୍ତର୍ଗତ ବରିଆଳି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିବାହିତା ମହିଳା ଖୀର ସଗରିଆ (୩୩)ଙ୍କ ମୃତଦେହକୁ ଉଦ୍ଧାର କରିଛି ତୁରେକେଲା ପୁଲିସ। ମିଳିଥିବା ସୂଚନା ଅନୁସାରେ ତୁରେକେଲା ଥାନା ବରିଆଲି ଗାଁ କଲୋନୀପଡାର ତୁଲାରାମ ସଗରିଆ, ତୁରେକେଲା ଥାନା ଖର୍ଲି ଗାଁ ବିଜମାଲପଡାର ନକୁଳ ଛୁରାଙ୍କ ଝିଅ ଖୀରକୁ ପନ୍ଦର ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ୯ ବର୍ଷର ଝିଅ ଟିଏ ଅଛି।

Advertisment

ସ୍ୱାମୀ ତୁଳାରାମ ସାଗରୀୟ ଏବଂ ସ୍ତ୍ରୀ ଖୀର ସଗରିଆଙ୍କ ମଧ୍ୟରେ ଅନେକ ଦିନ ହେଲା ପାରିବାରିକ କଳହ ଲାଗି ରହୁଥିଲା। ଉଭୟଙ୍କ ଭିତରେ ସମାଧାନ ନ ହେବାରୁ ଥାନାକୁ ଯାଇଥିଲା କଥା ଏବଂ ସେଠାରେ ସବୁକିଛି ସମାଧାନ ହୋଇଥିଲା। ତଥାପି ତୁଳାରାମ ସାଗରୀୟ ମଦ ପିଇ ଗଣ୍ଡଗୋଳ କଳି ଝଗଡା କରୁଥିଲେ।

ବୁଧବାର ରାତିରେ ଘରୋଇ କଳହ ଜୋରଦାର ହୋଇଥିଲା। ଯାହା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସହ ମାରପିଟ ହୋଇଥିଲା। ତେବେ ଏହି ଘଟଣା ପରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ମହିଳା ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ସୁତ୍ରରୁ ଜାଣି ପାରିଥିଲା।

Advertisment

ତୁରେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିଲା। ମୃତ ମହିଳାଙ୍କ ବେକରେ ଏକ କଟା ଦାଗ ଥିବାରୁ ମୃତ ମହିଳାଙ୍କ ବାପା ଏବଂ ବଡ଼ ଭାଇ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ସ୍ଥଳରେ ବଲାଙ୍ଗିର ସାଇଟିଫିକ୍ ଟିମ ପହଞ୍ଚି ସମସ୍ତ ନମୂନା ସଂଗ୍ରହ କରିବା ସହ ଫଟୋ ସଂଗ୍ରହ କରି ମୃତ ମହିଳାଙ୍କ ସ୍ୱାମୀ ତୁଳାରାମକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି। ସେପଟେ ଏ ବିଷୟରେ ତୁରେକେଲା ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ହତ୍ୟା ନାଁ ଆତ୍ମହତ୍ୟା ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe