Advertisment

ନାଗାବଳୀ ଏକ୍ସପ୍ରେସ୍‌ରେ କାନ୍ଦୁଥିଲା ନବଜାତ ଶିଶୁ

କେସିଙ୍ଗା ଷ୍ଟେସନ୍‌ ପୂର୍ବରୁ ନିଜେ ବସିଥିବା ବଗିର ଆଗ ବଗିରେ ଏକ ଶିଶୁ ପୁତ୍ର କାନ୍ଦୁଥିବା ଶୁଣିବାକୁ ପାଇଥିଲେ। କାଳ ବିଳମ୍ୱ ନକରି ସ୍ୱାମୀ-ସ୍ତ୍ରୀ ସେଠାକୁ ଚାଲି ଯାଇଥିଲେ।

Nagavali Express

Nagavali Express

Advertisment

ଶୂନ୍‌ଶାନ ଥିଲା ନାଗାବଳୀ ଏକ୍ସପ୍ରେସ୍‌ର ବଗି। ଛୁକ୍‌ ଛୁକ୍‌ ଶବ୍ଦ ଭିତରେ ବଗିରେ ରାହା ଧରି କାନ୍ଦୁଥିଲା ଏକ ନବଜାତ ଶିଶୁପୁତ୍ର। ଦେହ ସାରା ଲାଳ ସରସର। ପାଖରେ କେହି ନଥିଲେ। ନବଜାତ ପିଲାକୁ ଦେଖି ଚିତ୍କାର କରିଥିଲେ ସୁଶୀଲ ଦୀପ। ମାତ୍ର କେହି ଶୁଣିନଥିଲେ। ଶେଷରେ ଲାଳ ସର ସର ହୋଇଥିବା ପିଲାଟିକୁ କୋଳେଇ ନେଇଥିଲେ ସୁଶୀଲ ଓ ତାଙ୍କ ପତ୍ନୀ।

Advertisment

ବଲାଙ୍ଗିର ଜିଲ୍ଲା ଠେଲକୋଛାପର ଗାଁର ସୁଶୀଲ ଦୀପ। ନିଜ ପରିବାର ସହ ତେଲେଙ୍ଗାନାର କାମରେଡି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ମଙ୍ଗଳବାର ନାଗାବଳୀ ଏକ୍ସପ୍ରେସ୍‌ରେ ପୂରା ପରିବାର ଘରକୁ ଫେରୁଥିଲେ। କେସିଙ୍ଗା ଷ୍ଟେସନ୍‌ ପୂର୍ବରୁ ନିଜେ ବସିଥିବା ବଗିର ଆଗ ବଗିରେ ଏକ ଶିଶୁ ପୁତ୍ର କାନ୍ଦୁଥିବା ଶୁଣିବାକୁ ପାଇଥିଲେ। କାଳ ବିଳମ୍ୱ ନକରି ସ୍ୱାମୀ-ସ୍ତ୍ରୀ ସେଠାକୁ ଚାଲି ଯାଇଥିଲେ।

ଟ୍ରେନ୍‌ ବଗିରେ କିହେ ନଥିଲେ। ପୂରା ଖାଲି ଥିଲା ବଗି। ଆଉ ରାହା ଧରି କାନ୍ଦୁଥିଲା ନବଜାତ ଶିଶୁ ପୁତ୍ରଟି। କାଳବିଳମ୍ୱ ନକରି ଛୁଆକୁ ଉଠାଇ ଆଣିଥିଲେ। ଟ୍ରେନ୍‌ରୁ ଓହ୍ଲାଇ ନିଜ ଗାଁକୁ ଚାଲି ଆସିଥିଲେ। ଏ ସମ୍ପର୍କରେ ଖବର ପାଇ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ଆଜି ନବଜାତ ଶିଶୁକୁ ଉଦ୍ଧାର କରି ବଲାଙ୍ଗିର CWCରେ ହାଜର କରାଯାଇ ଥିଲେ।

Advertisment

ନବଜାତ ଶିଶୁର ଦେହ ଅସୁସ୍ଥ ଥିବାରୁ ଘସିଆନ ଡାକ୍ତର ଖାନରେ ଭ଼ର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଛୁଆର ପରିଚୟ ଜଣାପଡ଼ି ନାହିଁ। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି।

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Balangir Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe