Advertisment

ନିଶାନ୍ତଙ୍କ ରୁମ୍‌ ନଂ -୩୧୨ରେ ପଶିଲା ସାଇଣ୍ଟିଫିକ୍‌ ଟିମ୍‌; ଜାଣନ୍ତୁ, ସେଠାରୁ କ’ଣ ମିଳିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାରଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଏହାର କାରଣ ଅଣ୍ଡାଳୁଛି ପୁଲିସ୍‌। ଗତକାଲିଠୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ନିଶାନ୍ତ ରହୁଥିବା ନ୍ୟୁ ବଏଜ ହଷ୍ଟେଲ ରୁମ୍‌ ନଂ ୩୧୨ରେ ପହଞ୍ଚି ଆଜି ତଦନ୍ତ କରିଛି ସାଇଣ୍ଟିଫିକ୍ ଟିମ୍‌ । ତଦନ୍ତ ସମୟରେ ନିଶାନ୍ତଙ୍କ ଲାପଟପ, ଡାଏରୀ, ବଂଇଶୀ, ହାତ ଲେଖା ନୋଟ୍ସ ଆଦିକୁ ଜବତ କରିଛି ସାଇଣ୍ଟିଫିକ୍‌ ଟିମ୍‌। ଅପରପକ୍ଷେ, ପୁଅ ମୃତ୍ୟୁକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ନିଶାନ୍ତଙ୍କ ରୁମ୍‌ ନଂ -୩୧୨ରେ ପଶିଲା ସାଇଣ୍ଟିଫିକ୍‌ ଟିମ୍‌; ଜାଣନ୍ତୁ, ସେଠାରୁ କ’ଣ ମିଳିଲା

nisant

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାରଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଏହାର କାରଣ ଅଣ୍ଡାଳୁଛି ପୁଲିସ୍‌। ଗତକାଲିଠୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ନିଶାନ୍ତ ରହୁଥିବା ନ୍ୟୁ ବଏଜ ହଷ୍ଟେଲ ରୁମ୍‌ ନଂ ୩୧୨ରେ ପହଞ୍ଚି ଆଜି ତଦନ୍ତ କରିଛି ସାଇଣ୍ଟିଫିକ୍ ଟିମ୍‌ । ତଦନ୍ତ ସମୟରେ ନିଶାନ୍ତଙ୍କ ଲାପଟପ, ଡାଏରୀ, ବଂଇଶୀ, ହାତ ଲେଖା ନୋଟ୍ସ ଆଦିକୁ ଜବତ କରିଛି ସାଇଣ୍ଟିଫିକ୍‌ ଟିମ୍‌।

Advertisment

ଅପରପକ୍ଷେ, ପୁଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିବା ପରିବାର ଲୋକେ ଆଣିଛନ୍ତି ରାଗିଂ ଅଭିଯୋଗ । ପୂର୍ବରୁ ରାଗିଂ ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଉଥିବା ନେଇ ପୁଅ ସେମାନଙ୍କୁ କହିଥିବା ନିଶାନ୍ତ ବାପା ଆଜି ବଲାଙ୍ଗିରରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି। ଏଥିସହ ସେ କହିଛନ୍ତି, ପୁଅ ଗତକାଲି ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ପରେ ମା’ ସହ ଭିଡିଓ କଲ୍‌ରେ କଥା ହୋଇଥିଲା। ଏହାପରେ ତା’ ଫୋନ୍‌ ନ ଲାଗିବାରୁ ତା ମା’ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିଥିଲା। ହେଲେ ସେମାନେ ପୁଅର ମୃତ୍ୟୁ ଖବର ଜଣାଇଥିଲେ।

ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଖବର ପାଇ ଗତକାଲି ରାତିରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ନିଜେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ ।  ମୃତ ଛାତ୍ରଙ୍କ ସହପାଠୀଙ୍କୁ ପଚରାଉଚରା କରିବା ସହ ନିଶାନ୍ତ ରହୁଥିବା ହଷ୍ଟେଲର ରୁମ ନମ୍ବର ୩୧୨କୁ ଯାଇ ବୁଲି ଦେଖିଥିଲେ। ତେବେ ଏବେ ତଦନ୍ତ ଚାଲୁଥିବାରୁ ପ୍ରମାଣ ମିଳିବା ପରେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Advertisment