Advertisment

ତିନିମାସ ହେଲା ମିଳିନି ଦରମା! ହସ୍ପିଟାଲ ମ୍ୟାନେଜରଙ୍କୁ ଘେରିଲେ ନର୍ସ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଭୀମସାର ବୁର୍ଲାରେ ଉତ୍ତେଜନା ଦେଖିବାକୁ ମିଳିଛି। ତିନିମାସର ଦରମା ଦାବିରେ ହସ୍ପିଟାଲ ମ୍ୟାନେଜରଙ୍କୁ ଘେରିଲେ ବୁର୍ଲା ଭୀମସାରର ନର୍ସ। ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା, ଜିଏନଏମ ମାନେ ଗତବର୍ଷ ଡିସେମ୍ୱର ମାସରେ ରେଗୁଲାର ହୋଇଥିଲେ। ହେଲେ ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି। କୋଭିଡ ସମୟରେ ବିନା ଦରମାରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ତିନିମାସ ହେଲା ମିଳିନି ଦରମା! ହସ୍ପିଟାଲ ମ୍ୟାନେଜରଙ୍କୁ ଘେରିଲେ ନର୍ସ

nurse

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଭୀମସାର ବୁର୍ଲାରେ ଉତ୍ତେଜନା ଦେଖିବାକୁ ମିଳିଛି। ତିନିମାସର ଦରମା ଦାବିରେ ହସ୍ପିଟାଲ ମ୍ୟାନେଜରଙ୍କୁ ଘେରିଲେ ବୁର୍ଲା ଭୀମସାରର ନର୍ସ। ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା, ଜିଏନଏମ ମାନେ ଗତବର୍ଷ ଡିସେମ୍ୱର ମାସରେ ରେଗୁଲାର ହୋଇଥିଲେ।

Advertisment

ହେଲେ ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି। କୋଭିଡ ସମୟରେ ବିନା ଦରମାରେ କାମ କରିବା ଏହି ନର୍ସ ମାନଙ୍କ ପାଇଁ କଷ୍ଟକର ହେବାରୁ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଜଣାଇଥିଲେ। କିନ୍ତୁ କେହି ନଶୁଣିବାରୁ ଆଜି ଶେଷରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ନର୍ସମାନେ।

ଏପରିକି ହସପିଟାଲ ଅଧୀକ୍ଷକଙ୍କ ଅଫିସ ସମ୍ମୁଖରେ ନର୍ସମାନେ ଧାରଣାରେ ମଧ୍ୟ ବସିଛନ୍ତି। ତା ସହିତ ଏଡିଏମଓଙ୍କୁ ମଧ୍ୟ କିଛି ସମୟ ପାଇଁ ଘେରାଉ କରିଥିଲେ ନର୍ସ। ପ୍ରବଳ ଉତ୍ତେଜନା ଯୋଗୁଁ ସେଠାରେ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି। ନର୍ସ ମାନେ ଆନ୍ଦୋଳନ କରୁଥିବାରୁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଛି।

Advertisment