Advertisment

ସହିପାରିଲେନି ତାତି, ଭତ୍ତା ଟଙ୍କା ଧରି ଫେରିବା ବେଳେ ଚେତାଶୂନ୍ୟ ହେଲେ ବୃଦ୍ଧ

ଗତକାଲି ସକାଳେ ରାଜାରାମ ନିଜ ସ୍ତ୍ରୀ ଉରା ହାତୀଙ୍କ ସହ ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡ଼ା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ ।

Patnagarh

Patnagarh

Advertisment

ପ୍ରଚଣ୍ଡ ଖରାର ପ୍ରକୋପ ସହିପାରିଲେନି ବୃଦ୍ଧ। ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇ ଫେରିବା ବେଳେ ବାଟରେ ଅଚେତ ହୋଇ ପଡ଼ିଗଲେ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କୁଦୋଭଟା ଗାଁରେ ଏହି ଘଟଣା ଘଟିଛି। ବୃଦ୍ଧ ବ୍ୟକ୍ତି ରାଜାରାମ ହାତୀ।

Advertisment

ଗତକାଲି ସକାଳେ ରାଜାରାମ ନିଜ ସ୍ତ୍ରୀ ଉରା ହାତୀଙ୍କ ସହ ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡ଼ା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ ।
ଟଙ୍କା ଉଠାଇ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହିନପାରି ନଥିଲେ ବୃଦ୍ଧ। କୁଦୋଭଟା-ପଦମପୁର ରାସ୍ତାରେ ହଠାତ ଅଚେତ ହୋଇ ତଳେ  ପଡିଯାଇଥିଲେ। ସ୍ଥାନୀୟ ଲୋକେ ରାଜାରାମଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ତାଙ୍କୁ ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଏନେଇ ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ  ୮ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏପରି ତାତି ରାଜ୍ୟରେ ଆଉ କିଛି ଦିନ  ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  

Advertisment
Heatweave Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe