ଉଇହୁଙ୍କା ପରି ଦିଶୁଥିବା ଘରେ କଟୁଛି ବାର୍ଦ୍ଧକ୍ୟ, କାହା ପାଇଁ ଯୋଜନା!

ପାଟଣାଗଡ (କରୁଣାକର ବୁଡେକ): ଦିନେ ହସ ଖୁସିରେ ପୂରି ଉଠିଥିଲା ପରିବାର। ହେଲେ ଧୋକା ଦେଲା ସମୟ! ଅଦିନରେ ସ୍ୱାମୀଙ୍କୁ ଛଡ଼ାଇ ନେଲା। ଆଉ ମାଆଙ୍କ ଦୁଃଖ ବେଳେ ଦୁଇ ଝିଅ ପାଖରେ ରହିବା ପରିବର୍ତ୍ତେ ଘର ଛାଡ଼ି ପଳାଇ ଗଲେ। ସେପଟେ ସ୍ୱାମୀଙ୍କ ହାତ ଗଢ଼ା ଘରଟି ଭାଙ୍ଗିଯିବା ପରେ ଏବେ ଦୀର୍ଘ ୮ ବର୍ଷ ଧରି ଉଇହୁଙ୍କା ପରି ଦେଖାଯାଉଥିବା ଝୁମ୍ପୁଡି ଘରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷୀୟା ବୃଦ୍ଧା ଦୁଃଖଦେଈ ବିଶି। […]

Dukhidei

Dukhidei

Manoranjan Sial
  • Published: Tuesday, 07 June 2022
  • Updated: 07 June 2022, 05:50 PM IST

Sports

Latest News

ପାଟଣାଗଡ (କରୁଣାକର ବୁଡେକ): ଦିନେ ହସ ଖୁସିରେ ପୂରି ଉଠିଥିଲା ପରିବାର। ହେଲେ ଧୋକା ଦେଲା ସମୟ! ଅଦିନରେ ସ୍ୱାମୀଙ୍କୁ ଛଡ଼ାଇ ନେଲା। ଆଉ ମାଆଙ୍କ ଦୁଃଖ ବେଳେ ଦୁଇ ଝିଅ ପାଖରେ ରହିବା ପରିବର୍ତ୍ତେ ଘର ଛାଡ଼ି ପଳାଇ ଗଲେ। ସେପଟେ ସ୍ୱାମୀଙ୍କ ହାତ ଗଢ଼ା ଘରଟି ଭାଙ୍ଗିଯିବା ପରେ ଏବେ ଦୀର୍ଘ ୮ ବର୍ଷ ଧରି ଉଇହୁଙ୍କା ପରି ଦେଖାଯାଉଥିବା ଝୁମ୍ପୁଡି ଘରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷୀୟା ବୃଦ୍ଧା ଦୁଃଖଦେଈ ବିଶି।

ପୂରା ଘଟଣାଟି ଏମିତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍‌ ସଦର ମହକୁମାଠାରୁ ୮ କିମି ଗଲେ ପଡ଼ିବ ବାଲିପଟା ଗାଁ। ଏହି ଗାଁରେ ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ବାସ କରୁଥିଲେ ଦୁଃଖଦେଇ ବିଶି। ୧୫ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦୁଇ ଝିଅଙ୍କ ଭିତରୁ ଜଣେ ପ୍ରେମ ବିବାହ କରି ଚାଲିଗଲେ। ଆଉ ଜଣେ ଝିଅ ମାଆ ପାଖରେ ନରହି ସମ୍ପର୍କୀୟଙ୍କ ପାଖକୁ ଚାଲିଗଲେ। ବର୍ତ୍ତମାନ ଦୁଇ ଝିଅଙ୍କ ଠିକଣା କାହା ପାଖରେ ନାହିଁ।

ଅନ୍ୟପକ୍ଷରେ ସ୍ୱାମୀଙ୍କ ଦେହାନ୍ତ ଓ ଦୁଇ ଝିଅ ପାଖରୁ ଦୂରେଇ ଯିବା ପରେ ଦୁଃଖଦେଈ ଭାଙ୍ଗି ପଡ଼ିଲେ। ବାର୍ଦ୍ଧକ୍ୟ ତାଙ୍କୁ ମାଡି ବସିଲା। ଠିକ୍‌ରେ ଚାଲି ପାରିଲେ ନାହିଁ। ଖାଇବାକୁ ଦୁଇ ଓଳି ପାଇଲେ ନାହିଁ। ସାହି ଭାଇଙ୍କ ଅନୁରୋଧ ପରେ ତାଙ୍କୁ ମାସିକ ୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ସିନା ମିଳିଲା। ହେଲେ ସେଥିରେ ଚଳିବା କଷ୍ଟକର ହେଲା। ତଥାପି ଦୁଃଖେକଷ୍ଟେ ସବୁ ଯନ୍ତ୍ରଣାକୁ ଛାତି ଭିତରେ ଚାପି ଧରି ସ୍ୱାମୀ ଗଢ଼ିଥିବା ଘରେ ଏକାକୀ ଜୀବନ ଅତିବାହିତ କରୁଥିଲେ।

ହେଲେ ସେ ଘରଟି ମଧ୍ୟ ଧୋକା ଦେଲା। ରକ୍ଷଣା ବେକ୍ଷଣା ଅଭାବରୁ ଭାଙ୍ଗିଗଲା ସ୍ୱାମୀଙ୍କ ହାତ ଗଢ଼ା ତାଜମହଲ! ତା’ପରେ ଦୁଃଖଦେଈଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଲା। ରହିବା ପାଇଁ ଖୋଜିଲେ ନୂଆ ଠିକଣା। ଏ ବୟସରେ ତାଙ୍କୁ ରହିବା ପାଇଁ ମିଳିଲା ନାହିଁ ଘର।

ଶେଷରେ ବାର୍ଦ୍ଧକ୍ୟରେ ଗଢ଼ିଲେ ଘର। ଯେଉଁ ଘର ଦୂରରୁ ଉଇ ହୁଙ୍କା ପରି ଦେଖାଯାଉଛି। ଝାଟି ମାଟିର ସେହି ଘରେ ସଳଖି ଠିଆ ହେବା କଷ୍ଟକର। ତଥାପି ସେହି ଘର ଭିତରେ ଦୁଃଖକଷ୍ଟରେ ରନ୍ଧାବଢ଼ା କରି ବାର୍ଦ୍ଧକ୍ୟର ବଳକା ଜୀବନକୁ ଅତିବାହିତ କରୁଛନ୍ତି ଦୁଃଖଦେଈ।

ଖରା ବର୍ଷା କାହାକୁ ଖାତିର ନକରି ଦୁଃଖଦେଈ ସେହି ଝୁମ୍ପୁଡ଼ିରେ ରହୁଛନ୍ତି। ହେଲେ ତାଙ୍କର ସେହି ଝୁମ୍ପୁଡ଼ି ଉପରେ କାହାର ନଜର ପଡ଼ୁନାହିଁ। କେବଳ ୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଦେଇ ସମସ୍ତେ ଚୁପ୍‌ ବସିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏ ଦୁନିଆରେ ଜଣେ ବୃଦ୍ଧାଙ୍କର କଣ ବଞ୍ଚିବାର ଅଧିକାର ନାହିଁ? କେତେ କଣ ସ୍ୱପ୍ନ ଦେଖାଉଥିବା ସରକାର ଜଣେ ବୃଦ୍ଧାଙ୍କୁ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ପାରିବେ ନାହିଁ?

ଅନ୍ୟପକ୍ଷରେ ସ୍ଥାନୀୟ ବିଡିଓ କହିଛନ୍ତି, ସମ୍ପୃକ୍ତ ବୃଦ୍ଧାଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ତାଙ୍କୁ ଉଦ୍ଧାର କରାଯାଇ ବୃଦ୍ଧାଶ୍ରମରେ ଥଇଥାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story