Advertisment

କୋଭିଡ୍ ନେଗେଟିଭ୍ ରିପୋର୍ଟ ସତ୍ତ୍ୱେ ବୃଦ୍ଧାଙ୍କୁ ହସ୍ପିଟାଲରେ ଛାଡ଼ି ଆସିଲେ !

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ମଧ୍ୟ କରୋନା ଆଶଙ୍କାରେ ବୃଦ୍ଧ ମହିଳାଙ୍କୁ ହସ୍ପିଟାଲରେ ଛାଡି ଦେଇଛନ୍ତି ପରିବାରବର୍ଗ। ହେଲେ ସେଠାରେ ତାଙ୍କର ଦେଖାଶୁଣା କରିବାକୁ ନାଁ ପରିବାର ଲୋକେ ଅଛନ୍ତି ନାଁ ଗ୍ରାମବାସୀ। କେହିବି କରୋନା ଭୟରେ ବୃଦ୍ଧାଙ୍କ ପାଖକୁ ଆସୁନଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟିଟିଲାଗଡ ବ୍ଲକ ଅଞ୍ଚଳରେ। ବଲାଙ୍ଗିର ଜିଲ୍ଲା ଖୋଲାଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସହାୟ ବୃଦ୍ଧା ଅପେକ୍ଷା […]

ଅଦ୍ୟତନ ହୋଇଛି
କୋଭିଡ୍ ନେଗେଟିଭ୍ ରିପୋର୍ଟ ସତ୍ତ୍ୱେ ବୃଦ୍ଧାଙ୍କୁ ହସ୍ପିଟାଲରେ ଛାଡ଼ି ଆସିଲେ !

negative

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ମଧ୍ୟ କରୋନା ଆଶଙ୍କାରେ ବୃଦ୍ଧ ମହିଳାଙ୍କୁ ହସ୍ପିଟାଲରେ ଛାଡି ଦେଇଛନ୍ତି ପରିବାରବର୍ଗ। ହେଲେ ସେଠାରେ ତାଙ୍କର ଦେଖାଶୁଣା କରିବାକୁ ନାଁ ପରିବାର ଲୋକେ ଅଛନ୍ତି ନାଁ ଗ୍ରାମବାସୀ। କେହିବି କରୋନା ଭୟରେ ବୃଦ୍ଧାଙ୍କ ପାଖକୁ ଆସୁନଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟିଟିଲାଗଡ ବ୍ଲକ ଅଞ୍ଚଳରେ।

Advertisment

ବଲାଙ୍ଗିର ଜିଲ୍ଲା ଖୋଲାଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସହାୟ ବୃଦ୍ଧା ଅପେକ୍ଷା କରିଛନ୍ତି ଯେ କେବେ ନିଜ ପରିବାର ବର୍ଗ କିମ୍ବା ଗାଁ ଲୋକେ ଆସିବେ। ଆଉ ତାଙ୍କୁ ମେଡିକାଲରୁ ଘରକୁ ନେବେ। ହେଲେ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କ ଦେଖାଶୁଣା କରିବାକୁ କେହି ଆସୁନାହାନ୍ତି। କାରଣ ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି କେହି ପାଖ ମାଡୁନାହାନ୍ତି।

କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ସ୍ୱାମୀର ମୃତ୍ୟୁ ପରେ ବୃଦ୍ଧା ଜଣଙ୍କ ଅସୁସ୍ଥ ହେବାରୁ ଗାଁ ଲୋକଙ୍କଠାରୁ ଫୋନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଚିକିତ୍ସା କରାଯାଉଛି। ହେଲେ ବୃଦ୍ଧ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ସତ୍ତ୍ୱେ ସମ୍ପର୍କୀୟ ତାଙ୍କ ପାଖ ମାଡ଼ୁ ନାହାନ୍ତି। ହେଲେ ସ୍ଥାନୀୟ କିଛି ଲୋକେ ବୃଦ୍ଧାଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି।

Advertisment

ଖୋଲାଣ ହସ୍ପିଟାଲରେ ଭର୍ତ୍ତି ହୋଇ ପରିବାର ବର୍ଗଙ୍କୁ ଓ ଗ୍ରାମବାସୀଙ୍କୁ ଅପେକ୍ଷା କରିଥିବା ବୃଦ୍ଧା ଜଣକ ହେଉଛନ୍ତି ଟିଟିଲାଗଡ ବ୍ଲକ କାନିଜୁରୀ ଗାଁର କ୍ଷୀର ସାହୁ। କ୍ଷୀର ସାହୁଙ୍କର ୨ ଝିଅ ଓ ଜ୍ୱାଇଁ ଅଛନ୍ତି। ହେଲେ ବୃଦ୍ଧାଙ୍କ ସ୍ୱାମୀର ମୃତ୍ୟୁ ପରେ ତାଙ୍କର କେହି ଯତ୍ନ ନେଉ ନଥିବା ଜଣାପଡିଛି। ଏପଟେ ଡାକ୍ତର କହିଛନ୍ତି ବୃଦ୍ଧାଙ୍କର କରୋନା ନେଗେଟିଭ ରିପୋର୍ଟ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe