Advertisment

ଅଷ୍ଟ ପ୍ରହରୀ ଦେଖି ଫେରୁଥିଲେ ଦୁଇ ଭାଇ; ପିଟିଦେଲା ଅଜଣା ଗାଡ଼ି

ଅଷ୍ଟ ପ୍ରହରୀ ଦେଖିବାକୁ ଯାଇଥିଲେ ଦୁଇ ଭାଇ।ଚାଲିଗଲେ ବିକାସ, ବଞ୍ଚିଗଲେ ଜଗା।

ଅଦ୍ୟତନ ହୋଇଛି
Bikas

Bikas

Advertisment

ଗାଁଠୁ ଅଳ୍ପ ଦୂରରେ ହେଉଥିବା ଅଷ୍ଟ ପ୍ରହରୀ ଦେଖିବାକୁ ବାଇକ୍‌ରେ ବାହାରି ଯାଇଥିଲେ ଦୁଇ ଭାଇ ଓ ଅନ୍ୟ ଜଣେ ସାଙ୍ଗ। ଅଷ୍ଟ ପ୍ରହରୀ ଦେଖି ହସୁଖୁସିରେ ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ଦୂର ଥିବା ବେଳେ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ବାଇକ୍‌କୁ ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଧୂମାଭଟା ଦେଓଗାଁ ଆଶ୍ରମ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

Advertisment

ମୃତ ଯୁବକ ଜଣଙ୍କ ହେଲେ ଟିକ୍ରାପଡା ଥାନା ସର୍ଗୁଲ ଗାଁର ବିକାଶ ଥପା। ଜଗା ଥଫା ଓ ପିଙ୍କୁ ଛତ୍ରିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗା ଓ ବିକାଶ ଦୁଇ ଭାଇ ଅଟନ୍ତି।

ଗତକାଲି ରାତିରେ ଜଗା,ବିକାଶ ଓ ପିଙ୍କୁ ବାଇକ୍‌ରେ ଅଷ୍ଟ ପ୍ରହରୀ ଦେଖିବାକୁ ଧୂମାଭଟା ଯାଇଥିଲେ। ଅଷ୍ଟ ପ୍ରହରୀ ଦେଖି ଫେରିଲା ବେଳେ ଦେଓଗାଁ ଆଶ୍ରମ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ଜଗା ଓ ପିଙ୍କୁଙ୍କୁ ଉଦ୍ଧାର କରାଯାଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବିକାଶଙ୍କ ମୃତଦେହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Balangir Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe