Advertisment

ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର, ଡ୍ରାଇଭର ମୃତ

କରୁଣାକରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
Road accident

Road accident

ଜଙ୍ଗଲରୁ କାଠ ନେଇ ଆସୁଥିବା ବେଳେ ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର। ଟ୍ରାକ୍ଟର ଚକା ତଳେ ଚାପି ଡ୍ରାଇଭରର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କର୍ଲାବାହାଳୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଡ୍ରାଇଭର ଜଣଙ୍କ ହେଲେ ବୈଜଳସାଗର ଗାଁର କରୁଣାକର ଛତର।

Advertisment

ଗତକାଲି ବିଳମ୍ବିତ ରାତିରେ କରୁଣାକର କର୍ଲାବାହାଳୀ ପତରା ଜଙ୍ଗଲରୁ ନିଜ ଟ୍ରାକ୍ଟରରେ କାଠ ଲୋଡିଂ କରି ଘରକୁ ଆଣୁଥିଲେ। ଏହି ସମୟରେ କର୍ଲାବାହାଳୀ ଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। କରୁଣାକର ଟ୍ରାକ୍ଟର ଚକା ତଳେ ଚାପି ହୋଇଯାଇଥିଲେ।

ଖପ୍ରାଖୋଲ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କରୁଣାକରଙ୍କୁ ମୃତ ଘୋଷଣା କରିଥିଲେ।  କରୁଣାକରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଖପ୍ରାଖୋଲ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Roadaccident Balangir